ନୂଆଦିଲ୍ଲୀ, 7 ଅଗଷ୍ଟ (ହି.ସ.)
- ଭାରତୀୟ
ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ବଡ ଝଟ୍କା ଲାଗିଛି । ସେ ପ୍ୟାରିସ ଅଲମ୍ପିକ
2024ରେ ମହିଳା କୁସ୍ତିର 50 କିଲୋ ଭାର ବର୍ଗ ଇଭେଂଟର ଫାଇନାଲ ମୁକାବିଲା ପୂର୍ବରୁ ବାହାର
ହୋଇଇଛନ୍ତି । ଅଧିକ ଓଜନ କାରଣରୁ ତାଙ୍କ ପାଇନାଲ ମୁକାବିଲା ପୂର୍ବରୁ ଅଯୋଗ୍ୟ ଘୋଷଣା
କରାଯାଇଛି । ଭାରତୀୟ କୁସ୍ତିଯୋଦ୍ଧା ଫୋଗାଟ ମଙ୍ଗଳବାର ସେମିଫାଇନାଲରେ କ୍ୟୁବାର ୟୁସ୍ନେଲିସ
ଗୁଜମୈନ ଲୋପେଜଙ୍କୁ 5-0ରେ ପରାସ୍ତ କରିଥିଲେ । ଏହାପରେ ସେ ଅଲମ୍ପିକର ଫାଇନାଲରେ ପଂହଚିଥିବା
ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ପାଲଟିଥିଲେ । ଭାରତୀୟ ଅଲମ୍ପିକ ସଂଘ ଏହାର ସୂଚନା
କହିଛି ଯେ, ଭାରତୀୟ ଟିମକୁ ଏହାର ଦୁଃଖ ଯେ, ମହିଳା କୁସ୍ତି 50 କିଲୋଗ୍ରାମ ବର୍ଗରୁ ଭିନେଶ
ଫୋଗଟଙ୍କୁ ଅଯୋଗ୍ୟ ଘୋଷଣଶ କରିଦିଆଯାଇଛି । ରାତି ସାରା ଟିମ୍ ଦ୍ୱାରା ପ୍ରୟାସ ସତ୍ତ୍ୱେ,
ଆଜି ସକାଳେ ତାଙ୍କ ଓଜନ 50 କିଲୋଗ୍ରାମରୁ କିଛି ଗ୍ରାମ ଅଧିକ ଥିଲା । ଏବେ ଦଳ ପକ୍ଷରୁ କୌଣସି
ଟିପ୍ପଣୀ କରାଯିବନାହିଁ । ଭାରତୀୟ ଦଳ ଆପଣଙ୍କୁ ଭିନେଶଙ୍କ ବ୍ୟକ୍ତିଗତ ସମ୍ମାନ କରିବାକୁ
ଅନୁରୋଧ କରୁଛି ।
ହିନ୍ଦୁସ୍ଥାନ ସମାଚାର
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ବନ୍ଦନା