ସମ୍ବଲପୁର, ୧୨ ସେପ୍େଟମ୍ବର (ହି.ସ.) - ସିଆରପିଏଫ ର ଆନ୍ତ ସେକ୍ଟର ବ୍ୟାଟାଲିୟନ (ଅପରେସନ୍) ଓ ଗ୍ରୁପ୍ ସେଂଟର ଫୁଟବଲ୍ ପ୍ରତିଯୋଗିତା ସମ୍ବଲପୁର ଗ୍ରୁପ୍ ସେଂଟର୍ କ୍ୟାମ୍ପସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ସମୁଦାୟ ଛଅଟି ବାଟାଲିୟନ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଗ୍ରୁପ୍ ସେଂଟର, ସେଂଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ର ଡିଆଇଜି ସଂଜୟ କୁମାର ସିଂହ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ସମ୍ବଲପୁର ଗ୍ରୁପ ସେଂଟର ରିଜର୍ଭ ପୋଲିସ୍ ଫୋର୍ସ ଏବଂ ୬୪ ବାଟାଲିଅନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଆରପିଏଫ ର ୬୪ ବାଟାଲିଅନ୍ ସର୍ବୋତମ ପ୍ରଦର୍ଶନ କରି ବିଜେତା ତଥା ଗ୍ରୁପ୍ ସେଂଟର ଟାଇଟଲ୍ ହାସଲ କରିଥିବା ବେଳେ ସମ୍ବଲପୁର ଟିମ ଉପବିଜେତା ହୋଇଥିଲା। ଫୁଟବଲ ପ୍ରତିଯୋଗିତାକୁ ସଫଳତା ପାଇଁ ରେଫରି ଏବଂ ଗ୍ରାଉଣ୍ଡ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଡିଆଇଜି ଶ୍ରୀ ସିଂହ ଉପସ୍ଥିତ ଅଧିକାରୀ, ସମସ୍ତ ଦଳର ଖେଳାଳି ତଥା କ୍ରୀଡ଼ା ନିର୍ଦ୍ଦେଶକଙ୍କୁ ଏହି ପ୍ରତିଯୋଗିତାର ସଫଳ ଆୟୋଜନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ମଧ୍ୟ କହିଛନ୍ତି ଯେ ସେଂଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ହେଉଛି ଦେଶର ସର୍ବବୃହତ ସାମରିକ ବାହିନୀ ଏବଂ ଏହାର ଜୱକ୍ଷନ୍ ମାନେ ଏସୀୟ, କମନୱେଲଥ୍ ଗେମ୍ସ, ଅଲିମ୍ପିକ୍ ଗେମ୍ସ ଭଳି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଖେଳରେ ଅଂଶଗ୍ରହଣ କରି ଏହି ଶକ୍ତି ପାଇଁ ଗୌରବ ଆଣିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ