ମହମ୍ମଦଙ୍କ ଜନ୍ମଜୟନ୍ତୀରେ ବୃକ୍ଷରୋପଣ
ଭଦ୍ରକ ୧୬ ସେପ୍ଟେମ୍ବର (ହି.ସ.) - ଆଜି ମହମ୍ମଦଙ୍କ ଜନ୍ମ ଜୟନ୍ତି ଏହି ଜିଲାର ବନ୍ତ ବ୍ଲକ ପଧାନପଡ଼ା ମୁଫତି ନଗର ମୁସ୍‌ଲିମ୍ ବସ୍ତିରେ ପାଳିତ ହୋଇଯାଇଛି। ବସ୍ତିର ମୁଖିଆ ଓ ବରିଷ୍ଠ ବ୍ୟକ୍ତି ବିଶେଷକଙ୍କ ଉପସ୍ଥିତିରେ ସମୁହ ନମାଜପାଠ ଓ ତଖ୍ରୀଲ କରାଯାଇଥିଲା। ଅପରାହ୍ନରେ ତାଜିଆ ଶୋଭାଯାତ୍ରା ବସ୍ତି ପରିକ
MOHAMAMD JAYANTI RE BRUKHYA ROPAN


ଭଦ୍ରକ ୧୬ ସେପ୍ଟେମ୍ବର (ହି.ସ.) - ଆଜି ମହମ୍ମଦଙ୍କ ଜନ୍ମ ଜୟନ୍ତି ଏହି ଜିଲାର ବନ୍ତ ବ୍ଲକ ପଧାନପଡ଼ା ମୁଫତି ନଗର ମୁସ୍‌ଲିମ୍ ବସ୍ତିରେ ପାଳିତ ହୋଇଯାଇଛି। ବସ୍ତିର ମୁଖିଆ ଓ ବରିଷ୍ଠ ବ୍ୟକ୍ତି ବିଶେଷକଙ୍କ ଉପସ୍ଥିତିରେ ସମୁହ ନମାଜପାଠ ଓ ତଖ୍ରୀଲ କରାଯାଇଥିଲା। ଅପରାହ୍ନରେ ତାଜିଆ ଶୋଭାଯାତ୍ରା ବସ୍ତି ପରିକ୍ରମା କରିଥିଲା। ମୁଫତି ନଗର ସର୍ଦ୍ଦାର ଶେକ୍ ସାହାଜାନଙ୍କ ତତ୍ୱାବଧାନରେ ରମଜାନ ଅଲ୍ଲୀ, ନୀୟାଉଦ୍ଦିନ୍‌, ତାଜୁଦ୍ଦୀନ୍‌, ବାଦସାହ୍‌, ଜାହିଦ୍ ଅଲ୍ଲୀ, ଶେଖ୍ ସୋଲେମାନ୍‌, ଜୁମୁ୍‌୍‌୍‌ନ୍ ବାବୁ, ଆବିଦ୍ ଅଲ୍ଲି, ମୁସ୍ତାଫା ରାଜା ପ୍ରମୁଖ କାର୍ଯ୍ୟକ୍ରମଙ୍କୁ ପରିଚାଳନା କରିଥିଲେ। ଏହି ଅବସରରେ ୧ଶହ ରୁ ଉଦ୍ଦ୍ୱର୍ର୍ ବୃକ୍ଷରୋପଣ କରାଯାଇଥିଲା। ଏତଦ୍ ବ୍ୟତୀତ ଏହି ବ୍ଲକର ପ୍ରଧାନପଡ଼ା, ମାଳତିରା, ଆଣିଜୋ, ଚାରିଘରିଆ, ଘଂଟଗଢିଆ, ପୁରୁଷଣ୍ଢ ଆଦି ମୁସ୍‌ଲିମ୍ ବସ୍ତିରେ ଏହି ପର୍ବ ପାଳନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande