ନୂଆଁଖାଇ ଭେଟଘାଟ ପାଇଁ ସମ୍ବଲପୁର ୟୁଥ ର ପ୍ରସ୍ତୁତି ବୈଠକ : କାଇଟ ଫେଷ୍ଟିଭାଲ ପରେ ନୂଆଁଖାଇ ଭେଟଘାଟ ସମ୍ବଲପୁର ୟୁଥ ର ଦ୍ଵିତୀୟ ସଫଳତା : ୨୨ ରେ ସମ୍ବଲପୁର ଆସିବେ ୪ କ୍ୟାବିନେଟ ମନ୍ତ୍ରୀ
ସମ୍ବଲପୁର, ୨୦ ସେପ୍ଟେମ୍ବର (ହି.ସ.)- ପଶ୍ଚିମ ଓଡିଶା ର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସମ୍ପନ୍ନ ହେଲା ପରେ ଦେଶ ବିଦେଶ ରେ ବର୍ତ୍ତମାନ ଆୟୋଜନ ହେଉଛି ନୂଆଁଖାଇ ଭେଟଘାଟ । ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠାନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଆକାର ପ୍ରକାର ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟାକ୍ରମ ମାନ
ନୂଆଁଖାଇ ଭେଟଘାଟ ପାଇଁ ସମ୍ବଲପୁର ୟୁଥ ର ପ୍ରସ୍ତୁତି ବୈଠକ


ସମ୍ବଲପୁର, ୨୦ ସେପ୍ଟେମ୍ବର (ହି.ସ.)- ପଶ୍ଚିମ ଓଡିଶା ର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସମ୍ପନ୍ନ ହେଲା ପରେ ଦେଶ ବିଦେଶ ରେ ବର୍ତ୍ତମାନ ଆୟୋଜନ ହେଉଛି ନୂଆଁଖାଇ ଭେଟଘାଟ । ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠାନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ଆକାର ପ୍ରକାର ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟାକ୍ରମ ମାନ ଆୟୋଜିତ ହୋଇଆସୁଛି ।

ବିଗତ ୧୪ ବର୍ଷ ଧରି ମକର ସଂକ୍ରାନ୍ତି ସମୟ ରେ ଭଵ୍ୟତା ଓ ସଫଳତା କାଇଟ ଫେଷ୍ଟିଭାଲ କରିଆସୁଥୁବା ସମ୍ବଲପୁର ୟୁଥ ଗଲା ବର୍ଷ ଠାରୁ ଆରମ୍ଭ କରିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଏବର୍ଷ ମଧ୍ୟ ସମ୍ବଲପୁର ୟୁଥ ପକ୍ଷରୁ ସ୍ଥାନୀୟ ଧନକଉଡ଼ା ପଡିଆ ଠାରେ ଆସନ୍ତା ୨୨ ତାରିଖରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ କିଛିଦିନ ହେଲାଣି ପ୍ରସ୍ତୁତି ସହ ପ୍ରଚାର ପ୍ରସାର ମଧ୍ୟ ଆରମ୍ଭ ହେଲାଣି ।

ଆଜି କାର୍ଯ୍ୟକ୍ରମ ସ୍ଥଳରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ର ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ୟୁଥ ର ସଭାପତି ରିକନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ପ୍ରସ୍ତୁତି ବୈଠକ ରେ କାର୍ଯ୍ୟକ୍ରମ ର ସମସ୍ତ ଦିଗ ଉପରେ ଆଲୋଚନା ହୋଇଥିଲା । ସମ୍ବଲପୁର ୟୁଥ ର ଏହି ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ସେଦିନ ସନ୍ଧ୍ୟାରେ ଓଡିଶା ସରକାର ଙ୍କର ଚାରି ଜଣ କ୍ୟାବିନେଟ ମନ୍ତ୍ରୀ ସମ୍ବଲପୁର ଗସ୍ତ ରେ ଆସୁଛନ୍ତି । ରାଜସ୍ବ ଓ ବିପର୍ଯ୍ୟସ୍ତ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି, ଇସ୍ପାତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା , ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମେତ ଅଞ୍ଚଳ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସେଦିନ ସନ୍ଧ୍ୟା ରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ବଲପୁର ସହର ଓ ସମ୍ବଲପୁର ବାହାରୁ ନିମନ୍ତ୍ରିତ ହୋଇଥିବା ଅନେକ ଖ୍ୟାତି ସମ୍ପନ୍ନ କଳାକାର ମାନେ ନିଜ ନିଜର କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande