ବସିରା ଓ ଜାମୁଦଲକରେ ହାତୀ ଉତ୍ପାତ : ବ୍ୟାପକ ଧାନ ଫସଲ ନଷ୍ଟ
Os, 18 ସେପ୍ଟେମ୍ବର (ହି.ସ.) ଚମ୍ପୁଆ, ( ୧୮/୦୯ ) ଚମ୍ପୁଆ ବ୍ଲକ ହାତୀ ମାନଙ୍କ କରିଡ଼ର ପାଲଟି ଥିବାବେଳେ ଅଞ୍ଚଳରେ ହାତୀଙ୍କ ଉତ୍ପାତ ପାଇଁ ଚାଷୀଙ୍କ ଦୁଃଖ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର କିଛିଦିନ ତଳେ ଏକ ୨୭ ଟିକିଆ ହାତୀ ପଲ ବିଭିନ୍ନ ଗ୍ରାମର ଚାଷ ଜମି ମାଡ଼ି ଦଳି ନଷ୍ଟ କରିଥିବା
ହାତୀଙ୍କ ଦ୍ୱାରା କ୍ଷତିଗ୍ରସ୍ଥ ଚାଷ ଜମି


Os, 18 ସେପ୍ଟେମ୍ବର (ହି.ସ.)

ଚମ୍ପୁଆ, ( ୧୮/୦୯ ) ଚମ୍ପୁଆ ବ୍ଲକ ହାତୀ ମାନଙ୍କ କରିଡ଼ର ପାଲଟି ଥିବାବେଳେ ଅଞ୍ଚଳରେ ହାତୀଙ୍କ ଉତ୍ପାତ ପାଇଁ ଚାଷୀଙ୍କ ଦୁଃଖ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର କିଛିଦିନ ତଳେ ଏକ ୨୭ ଟିକିଆ ହାତୀ ପଲ ବିଭିନ୍ନ ଗ୍ରାମର ଚାଷ ଜମି ମାଡ଼ି ଦଳି ନଷ୍ଟ କରିଥିବା ବେଳେ ଏବେ ଏକ ୧୮ ଟିକିଆ ହାତୀ ପଲ ବସିରା ଓ ଯାମୁଦଲକ ଗ୍ରାମରେ ବ୍ୟାପକ ପରିମାଣରେ କ୍ଷୟ କ୍ଷତି କରିଥିବା ଦେଖିବାକୁ ମିଳିଛି। ଖବର ଅନୁସାରେ, ବସିରା ଗ୍ରାମର ଭିକାରୀ ପ୍ରଧାନ, କାର୍ତ୍ତିକ ପ୍ରଧାନ, ବୀରବର ପ୍ରଧାନ, ପିତାମ୍ବର ମହନ୍ତଙ୍କ ଏକର ଏକର ଧାନ ଫସଲ ମାଡ଼ିଦଳି ନଷ୍ଟ କରି ଦେଇଛନ୍ତି । ସେହିପରି ଯାମୁଦଲକ ଗ୍ରାମର ହବିବୁର ରହମାନ, ଜାରଦା ମୁଣ୍ଡା, କୀର୍ତ୍ତନ ମୁଣ୍ଡା, ନାଗର ମୁଣ୍ଡା ଓ ଗୋପାଲ ମୁଣ୍ଡାଙ୍କ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଚାଷୀ ବହୁ କଷ୍ଟରେ ଅଳ୍ପ ପରିମାଣର ଚାଷ କରି ନିଜର ପରିବାର ପ୍ରତିପୋଷଣ କରିବାକୁ ଆଶା ବାନ୍ଧି ଥିବାବେଳେ ହାତୀ ଦାଇତ୍ୱରେ ଥିବା ବନବିଭାଗ କର୍ମଚାରୀ ମାନେ ହାତୀ ଘଉଡ଼େଇବାରେ ସକ୍ଷମ ହେଉ ନ ଥିବାରୁ ଚାଷୀମାନଙ୍କୁ କ୍ଷତି ଗ୍ରସ୍ଥ ହେଉବାକୁ ପଡୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।ଏଣୁ କ୍ଷତି ଗ୍ରସ୍ଥ ଚାଷୀ ମାନଙ୍କୁ କ୍ଷତି ପୁରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande