ପୂର୍ବତନ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ, ରାଜନୀତି ଓ ସାହିତ୍ୟରେ ବିଷ୍ଣୁ ସେଠୀ ଥିଲେ ବିଚକ୍ଷଣ : ମୁଖ୍ୟମନ୍ତ୍ରୀ
ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ପୂର୍ବତନ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ବିଷ୍ଣୁ ସେଠୀ ସ୍ମୃତି ସଂସଦ ଆୟୋଜନରେ ସ୍ଥାନୀୟ କାଳୀପଡ଼ିଆରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି ଶ୍ରାଦ୍ଧ ବାର୍ଷିକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ବିଶିଷ୍ଟ ରାଜନେତା ତଥା ସାହିତ
CHIEF MINISTER PROGRAMME AT BHADRAK FOR BISHNU SRADHA BARSIKI


ଭଦ୍ରକ, ୧୯ ସେପ୍ଟେମ୍ବର (ହି.ସ.) - ପୂର୍ବତନ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ବିଷ୍ଣୁ ସେଠୀ ସ୍ମୃତି ସଂସଦ ଆୟୋଜନରେ ସ୍ଥାନୀୟ କାଳୀପଡ଼ିଆରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି ଶ୍ରାଦ୍ଧ ବାର୍ଷିକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ବିଶିଷ୍ଟ ରାଜନେତା ତଥା ସାହିତ୍ୟିକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ରାଜନୀତି ଓ ସାହିତ୍ୟରେ ବିଷ୍ଣୁ ସେଠୀ ଜଣେ ବିଚକ୍ଷଣ ମଣିଷ ଥିଲେ। ସେ ସମୃଦ୍ଧ ଓଡ଼ିଶା ଗଠନ କରିବାର ପରିକଳ୍ପନା କରିଥିଲେ। ସେ ଭଦ୍ରକର ବିକାଶ କରିବାକୁ ସର୍ବଦା ଚେଷ୍ଟା କରିଥିଲେ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା ଦେବାକୁ ବିଧାନସଭାରେ ପ୍ରସ୍ତାବ ରଖିଥିଲା। ପରବର୍ତୀ ସମୟରେ ଏହି ସଂଗୀତ ରାଜ୍ୟ ସଂଗୀତର ମାନ୍ୟତା ପାଇଥିଲା ବୋଲି କହିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ। ଏଥିରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ, ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗ ଦେଇ ଦିବଂଗତ ବିଷ୍ଣୁ ସେଠୀ ମାଟି ଓ ସାହିତ୍ୟ ପାଇଁ ସମର୍ପିତ ପୁରୁଷ ଥିଲେ ବୋଲି କହିଥିଲେ। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଷ୍ଣୁ ସେଠୀଙ୍କ ସୁପୁତ୍ର ଉଚ୍ଚ ଶିକ୍ଷା, କ୍ରିଡ଼ା ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ଚିତ୍ରଶିଳ୍ପୀ ଚୂଡ଼ାମଣି ଦାସ ଏବଂ ଦିବଂଗତ ବିଷ୍ଣୁ ସେଠୀଙ୍କ ପତ୍ନୀ ଉର୍ମିଳା ପାଣିଗ୍ରାହୀଙ୍କ ଉପସ୍ଥିତିରେ ବିଷ୍ଣୁ ସେଠୀଙ୍କ କବିତା ପୁସ୍ତକ ‘ନଈ ପାଣି ନଈକୁ ଯା’ ଓ ସାହିତ୍ୟିକ ଦୈତ୍ୟାରୀ ମହାପାତ୍ର ଓ ନାଟ୍ୟକାର ନିର୍ମଳ ରାଉତଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମୃତି ପତ୍ରିକା ‘କବିତାରେ କବିତାରେ କବି ବିଷ୍ଣୁ ସେଠୀ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କିଶୋରୀ ଚିତ୍ରଶିଳ୍ପୀ ପ୍ରତିଭା ସ୍ନୋହା ଦାସ ମୁଖ୍ୟ ମନ୍ତ୍ରୀଙ୍କ ପ୍ରତିଛବିର ପଟ୍ଟଚିତ୍ର ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେଇଥିଲେ। ପ୍ରଥମେ ମୁଖ୍ୟ ମନ୍ତ୍ରୀ କମାରିଆ ତାରିଣି ପଡ଼ିଆ ହେଲିପ୍ୟାଡ଼ରେ ପହଂଚିବା ପରେ ରାସ୍ତାରେ ଆସି ତିହିଡ଼ି ବଜାର ଦ୍ୱାରିକା ଛକ ସ୍ଥିତ ବିଷ୍ଣୁ ସେଠୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଅତିଥିମାନେ ମଧ୍ୟ ମାଲ୍ୟାର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭଦ୍ରକ ବିଧାୟକ ସୀତାଂଶୁ ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ସାଂସଦ ବୈଜୟନ୍ତ ପଣ୍ଡା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ଖଣି ମନ୍ତ୍ରୀ ବିଭୂତି ଜେନା ପ୍ରମୁଖଙ୍କ ସମେତ ବହୁ ବିଧାୟକ, ରାଜନେତା, ସାହିତ୍ୟିକ, ବୁଦ୍ଧିଜୀବୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା, ଜିଲା କଳା ସଂସ୍କୃତି ଉପସଭାପତି ତ୍ରିଲୋଚନ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ସଂଗ୍ରାମ ଆଚାର୍ଯ୍ୟ, ଡ. ପ୍ରଦୀପ ନାୟକ, ଅଜୟ ନାୟକ, ଦୀନବନ୍ଧୁ ପତି, ମାଧବାନନ୍ଦ ମଲ୍ଲିକ, ବଦ୍ରୀନାରାୟଣ ଧଳ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବସନ୍ତ ନାୟକ, ମନସ୍ମିତା ଖୁଂଟିଆ, ନାଟ୍ୟକାର ସୁଧାଂଶୁ ନାୟକ, ମଳୟ ଜେନା, ରଘୁନାଥ ଲେଙ୍କା, ହରେକୃଷ୍ଣ ପାଢ଼ୀ, ବିଦ୍ୟାଧର ରାଉତ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ସୁଭଦ୍ରା ଶତପଥି, ରଘୁନାଥ ପଣ୍ଡା, ଚିନ୍ତାମଣି ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ମୃତି ସଂସଦ ପକ୍ଷରୁ ରଘୁନାଥ ପାତ୍ର, ସୀତାକାନ୍ତ ନାୟକ, ଶୁଭ୍ରନାରାୟଣ ସେଠୀ, ପ୍ରଦୀପ ବଳ, ଶୁକଦେବ ମଲିକ, ଅମୂଲ୍ୟ ସେନାପତି, ସୂର୍ଯ୍ୟନାରାୟଣ ଭୋଇ, ବୁଦ୍ଧଦେବ ଜେନା, କେଶବ ବେହେରା, ତପୁନୁ ପାଣି, ସୁବାସ ରାଉଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜିଲାପାଳ ଦିଲ୍ଲୀପ ରାଉତରାୟ ଓ ଏସପି ବରୁଣ ଗୁଂଟୁପାଲିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟୋତିର୍ମୟ କର, ଏସଡିପିଓ କାର୍ତିକ ଚନ୍ଦ୍ର ମଲ୍ଲିକ, ତ୍ରିଲୋଚନ ସେଠୀ, ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ, ପୀରହାଟ ଥାନା ଆଇଆଇସି ଅଜୟ କୁମାର ମୁର୍ମୁ ପ୍ରମୁଖଙ୍କ ସମେତ ଇନିସ୍ପେକ୍ଟର, ଏସଆଇ ପୁଲିସ ଅଧିକାରୀ ଓ କର୍ମଚାରୀ, ଫୋର୍ସ ମୁତୟନ ରହି ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ଜୀବନ ଜ୍ୟୋତି ସଂଗଠନ ଓ ଡ୍ରାଇଭର ମହାସଂଘର କର୍ମକର୍ତାମାନେ ଟ୍ରାଫିକ୍ ନିୟନ୍ତ୍ରଣ ଦିଗରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande