କୋରୁକୋଣ୍ଡା ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ
ମାଲକାନଗିରି, ୧୮ସେପ୍ଟେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବୈଠକ ଗୃହରେ କୋରୁକୋଣ୍ଡା ପଞ୍ଚାୟତ ସମିତି ପକ୍ଷରୁ ଆଜି ସକାଳ ୧୦ ଘଟିକା ସମୟରେ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମା ଶଙ୍କର କୋୟାଙ୍କ ସଭାପତିତ୍ୱରେ ବ୍ଲକ ସ୍ତରୀୟ ସାମାଜିକ ସୁର
କୋରୁକୋଣ୍ଡା ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ


ମାଲକାନଗିରି, ୧୮ସେପ୍ଟେମ୍ବର (ହି.ସ.)

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବୈଠକ ଗୃହରେ କୋରୁକୋଣ୍ଡା ପଞ୍ଚାୟତ ସମିତି ପକ୍ଷରୁ ଆଜି ସକାଳ ୧୦ ଘଟିକା ସମୟରେ କୋରୁକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମା ଶଙ୍କର କୋୟାଙ୍କ ସଭାପତିତ୍ୱରେ ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଜିଲ୍ଲା ସୋସିଆଲ ଅଡିଟର ସୁବ୍ରତ କୁମାର ସାମଲ, କୋରୁକୋଣ୍ଡା ବ୍ଲକର ପୋଗ୍ରାମ ଅଫିସର ସତ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ୨୦୨୪-୨୫ ଆର୍ଥିକ ବର୍ଷରେ କୋରୁକୋଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନସ୍ତ ଅଞ୍ଚଳରେ ବନବିଭାଗ , ୱାଟରସେଡ, ଉଦ୍ୟାନ ବିଭାଗ, ଆଇଟିଡିଏ ଏପରି ବିଭିନ୍ନ ବିଭାଗ ଅଧୀନରେ ହୋଇଥିବା ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କେଉଁ କେଉଁ ଅଞ୍ଚଳରେ କେତେ କାମ ହୋଇଛି ଓ କେତେଜଣ ହିତାଧିକାରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି ସେ ସମ୍ପର୍କରେ ସମସ୍ତ ବିଭାଗର ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବ୍ଲକ କତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଇଁ ବିଭିନ୍ନ ବିଭଗକୁ ଆସିଥିବା ଅନୁଦାନ ରାଶି ସମ୍ପୂର୍ଣ ଭାବେ ଖର୍ଚ୍ଚ ହୋଇପାରି ନାହିଁ। ବର୍ତ୍ତମାନ ପଯ୍ୟନ୍ତ ଅନୁଦାନ ମୂଲ୍ୟର ଆହୁରି ପ୍ରାୟ ୨୦ ପ୍ରତିଶତ କାମ ବାକି ରହିଛି।ଏ ପର୍ଯ୍ୟନ୍ତ ଏହି ଯୋଜନାରେ ଅଧିକାଂଶ ହିତାଧିକାରୀ ମଜୁରୀ ବାବଦରେ ଟଙ୍କା ପାଇନଥିବା ଜଣା ପଡିଛି। ବହୁ ସ୍ଥାନରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଶେଷ ହୋଇଥିଲେ ମଧ୍ୟ ବହୁ ସ୍ଥାନରେ ଆଜି ପର୍ଯ୍ୟନ୍ତ ସୂଚନା ଫଳକ ଲଗାଯାଇନାହିଁ ବୋଲି ଜଣା ପଡିଛି । ଏକ ମହତ ଉଦେଶ୍ୟରେ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି ସତ ହେଲେ କୌଣସି କାରଣରୁ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ଏହି ଶିବିରକୁ ବ୍ଲକ ଅଧିନସ୍ତ ଅଞ୍ଚଳରେ ବାସବାସ କରୁଥିବା ଲୋକେ ଆଦୌ ଆସୁନଥିବାରୁ ଏହାର ଉଦେଶ୍ୟ ପୂରଣ ହୋଇପାରୁନାହିଁ।ଏହି ଶିବିରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande