ଖେଲୋ ଇଣ୍ଡିଆ ସନ୍ତରଣରେ ଦିବ୍ୟାଙ୍ଗ ଦିବ୍ୟଜ୍ୟୋତିଙ୍କୁ ୪ ସ୍ୱର୍ଣ୍ଣ ପଦକ
ଖେଲୋ ଇଣ୍ଡିଆ ସନ୍ତରଣରେ ଦିବ୍ୟାଙ୍ଗ ଦିବ୍ୟଜ୍ୟୋତିଙ୍କୁ ୪ ସ୍ୱର୍ଣ୍ଣ ପଦକ
ଖେଲୋ ଇଣ୍ଡିଆ ସନ୍ତରଣରେ ଦିବ୍ୟାଙ୍ଗ ଦିବ୍ୟଜ୍ୟୋତିଙ୍କୁ ୪ ସ୍ୱର୍ଣ୍ଣ ପଦକ


ଖେଲୋ ଇଣ୍ଡିଆ ସନ୍ତରଣରେ ଦିବ୍ୟାଙ୍ଗ ଦିବ୍ୟଜ୍ୟୋତିଙ୍କୁ ୪ ସ୍ୱର୍ଣ୍ଣ ପଦକ


Odia, 29 ସେପ୍ଟେମ୍ବର (ହି.ସ.) ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ସନ୍ତରଣ ମହାସଂଘ ସହଯୋଗରେ ସ୍ଥାନୀୟ ଡା. ଝସକେତନ ସାହୁ ସନ୍ତରଣାଗାର ଠାରେ ଚାଲିଥିବା ଖୋଲୋ ଇଣ୍ଡିଆ ଜୁନିୟର ମହିଳା ସନ୍ତରଣ ସିରିଜ୍‌- ଜୋନ୍ ୪ ଆଜି ଉଦ୍‌ଯାପିତ ହୋଇଛି । ଏଥିରେ ଓଡ଼ିଶା, ଛତିଶଗଡ଼, ଝାରଖଣ୍ଡ, ମଧ୍ୟପ୍ରଦେଶ ଓ ବିହାରର ୧୫ ବର୍ଷରୁ କମ୍ ଏବଂ ୧୮ ବର୍ଷ ବର୍ଗର ସନ୍ତରଣକାରୀମାନେ ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପନୀ ସଭାରେ ମହାନଗର କମିଶନର ବେଦଭୂଷଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଓଡ଼ିଶା ରାଜ୍ୟ ସନ୍ତରଣ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ସାଧାରଣ ସମ୍ପାଦକ ଗୋଲାପମଣୀ ମହନ୍ତ, କୋଷାଧ୍ୟକ୍ଷ ବିଜୟ କୁମାର ଦିକ୍ଷୀତ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଚନ୍ଦ୍ର ମହାକୁଡ଼ ଏବଂ ରାଜୀବ ଲୋଚନ ଦାଶ, ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର ନାୟକ ଉପସ୍ଥିତ ଥିଲେ । ପ୍ରତିଯୋଗିତାରେ ୧୪ ସ୍ୱର୍ଣ୍ଣ, ୧୫ ରୌପ୍ୟ ଓ ୧୦ଟି ବ୍ରୋଞ୍ଜ ପଦକ ସହିତ ୩୯ଟି ପଦକ ହାସଲ କରି ଓଡ଼ିଶା ପ୍ରଭାବ ବିସ୍ତାର କରିଥିଲା । ଭୁବନେଶ୍ୱରର ଦିବ୍ୟାଙ୍କ ଦିବ୍ୟଜ୍ୟୋତି ପ୍ରଧାନ ୪ଟି ଯାକ ବିଭାଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ପ୍ରତିଯୋଗିତାକୁ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande