ଭୁବନେଶ୍ୱର, 10 ଜାନୁଆରି (ହି.ସ.) - ରାଜ୍ୟ ସରକାରମାନଙ୍କୁ କର ହସ୍ତାନ୍ତର ଭାବରେ ₹୧,୭୩,୦୩୦ କୋଟି ଟଙ୍କାର ଅଗ୍ରିମ କିସ୍ତି ଜାରି କରାଯିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମନଙ୍କ ଧନ୍ୟବାଦ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସହାୟତା ଦ୍ୱାରା ରାଜ୍ୟର ବିକାଶମୂଳକ ପ୍ରୟାସଗୁଡ଼ିକ ତ୍ୱରାନ୍ୱିତ ହେବ ଏବଂ ଜନସାଧାରଣଙ୍କୁ ଭାଲଭାବେ ସେବା ଯୋଗାଇବାର ରାଜ୍ୟକୁ ସମର୍ଥ କରିବ।
ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି, କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କର ହସ୍ତାନ୍ତର ଭାବରେ ₹୧,୭୩,୦୩୦ କୋଟି ଟଙ୍କାର ଅଗ୍ରିମ କିସ୍ତି ଜାରି କରିଛନ୍ତି । ଏଥି ମଧ୍ୟରୁ ₹୭,୮୩୪.୮୦ କୋଟି ଓଡିଶା ପାଇଁ ଆବଣ୍ଟିତ ହୋଇଛି । ଏଣୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଲା ସୀତାରମନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ