ଲୋଇସିଂହା ରେ ବନାଗ୍ନୀ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ
ବଲାଙ୍ଗିର, 10 ଜାନୁଆରି (ହି.ସ.) ଲୋଇସିଂହା ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ବନାଞ୍ଚଳ ଅଧିକାରୀ ଶ୍ରୀ ପାଉଲ ହରପାଳ ଲୋଇସିଂହା ଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ପ୍ରତିରୋଧ ସଚେତନତା ସଭା ର ଆୟୋଜନ ହୋଇଥିଲା l ଉକ୍ତ ସଭା ରେ ସ୍ଥାନୀୟ ଅଗ୍ନିଶମ ବିଭାଗ ର କର୍ମକର୍ତା ଙ୍କ ସମେତ କେନ୍ଦୁପତ୍ର ଓ ଲୋଇସିଂହ
ଲୋଇସିଂହା ରେ ବନାଗ୍ନୀ ପ୍ରତିରୋଧ ସଚେତନତା  କାର୍ଯ୍ୟକ୍ରମ


ବଲାଙ୍ଗିର, 10 ଜାନୁଆରି (ହି.ସ.)

ଲୋଇସିଂହା ବନାଞ୍ଚଳ କାର୍ଯ୍ୟାଳୟ ପରିସର ମଧ୍ୟରେ ବନାଞ୍ଚଳ ଅଧିକାରୀ ଶ୍ରୀ ପାଉଲ ହରପାଳ ଲୋଇସିଂହା ଙ୍କ ଅଧ୍ୟକ୍ଷତାରେ ବନାଗ୍ନୀ ପ୍ରତିରୋଧ ସଚେତନତା ସଭା ର ଆୟୋଜନ ହୋଇଥିଲା l ଉକ୍ତ ସଭା ରେ ସ୍ଥାନୀୟ ଅଗ୍ନିଶମ ବିଭାଗ ର କର୍ମକର୍ତା ଙ୍କ ସମେତ କେନ୍ଦୁପତ୍ର ଓ ଲୋଇସିଂହା ବନାଞ୍ଚଳ ର ସମସ୍ତ କର୍ମକର୍ତା ଅଗ୍ନି ପ୍ରତିରୋଧକ ସଦସ୍ୟ, ଗଜସାଥି, ପାରା ନିରୀକ୍ଷକ, ବନ୍ୟଜନ୍ତୁ ପ୍ରତିରୋଧକ ସଦସ୍ୟ ଉପସ୍ଥିତ ଥିଲେ l ସଭା କୁ ଆମ ଜଙ୍ଗଳ ଯୋଜନାର ପାର୍ଟନର, ଏନଜିଓ ଦଳନେତା ଓ ଡିଓ ଉପସ୍ଥିତ ରହି ସଭା ଆରମ୍ଭ କରିଥିଲେ l ଉକ୍ତ ସଭାରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା l ଯାହାକି ଚଳିତ ବର୍ଷ ଗ୍ରୀଷ୍ମ ଋତୁ ରେ ନିଆଁ ଦାଉରୁ ଜଙ୍ଗଲ କୁ ରକ୍ଷା ଜନ ସାଧାରଣ ଙ୍କୁ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ବିଭିନ୍ନ ସଭା ସମିତି କରି ଗାଁ ଗାଁ କୁ ଯାଇ ସଚେତନତା କାର୍ଯ୍ୟକ୍ରମ କରିବା କୁ ନିଷ୍ପତି l ବନ ବିଭାଗ, ଅଗ୍ନିଶମ ବିଭାଗ ତଥା କେନ୍ଦୁପତ୍ର କର୍ମକର୍ତା ଙ୍କ ମଧ୍ୟରେ ଉଚିତ ସମନୁୟ ରକ୍ଷାକାରୀ ଜଙ୍ଗଲ ନିଆଁ ନ ଲାଗିବା ତଥା ଆୟତ୍ତ କରାଯିବା ନେଇ ଆଲୋଚନା l ନିଆଁ ପ୍ରତିରୋଧକ ଦଳ, ଗଜସାଥି ତଥା ସମସ୍ତ ୱାଚର ମାନଙ୍କୁ ଦୃଢ ପ୍ରତିରୋଧକ ବଦ୍ଧ ହୋଇ ନିଆଁଲିଭା କାର୍ଯ୍ୟ ସମ୍ପାଦନ କରାଯିବା ନେଇ ଦିଗଦର୍ଶନ ଦିଆଗଲା l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande