ମହିଳା ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ
ବଲାଙ୍ଗିର, ୧୦ ଜାନୁଆରୀ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ସଭାମଞ୍ଚରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ. ରାଜେଶ ସ
*ମହିଳା ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ*


*ମହିଳା ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ*


*ମହିଳା ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ*


*ମହିଳା ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ*


*ମହିଳା ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ*


ବଲାଙ୍ଗିର, ୧୦ ଜାନୁଆରୀ (ହି.ସ.)- ସରକାରୀ ମହିଳା ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ସଭାମଞ୍ଚରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବା ବେଳେ ବିଦ୍ୟାଭୂଷଣ ସଂସ୍କୃତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ. ରାଜେଶ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ଼ଃ. ସଦାଶିବ ମଲ୍ଲିକ, ବିଭୂତି ଭୂଷଣ ସାହୁ, ଡ଼ଃ. କୁମାର ସମ୍ଭବ ଚୋପଦାର ତଥା କାର୍ଯ୍ୟକ୍ରମର ନୋଡାଲ ଅଫିସର ଅଜିତ କୁମାର ପଣ୍ଡା ମଞ୍ଚାସୀନ ଥିଲେ ।

ତ୍ରିଦିବସୀୟ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଛାତ୍ରୀମାନଙ୍କୁ ନେଇ ସାଧାରଣ ଜ୍ଞାନ, ନିବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବରେ ଡ଼ଃ ସିଦ୍ଧେଶ୍ଵର ପଧାନ ଏବଂ ରତିକାନ୍ତ ନାଏକ ସହଯୋଗ ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସରେ ଛାତ୍ରୀମାନଙ୍କର ଏକ ପଦଯାତ୍ରା ସହର ପରିକ୍ରମା କରିଥିଲେ । ଏଥିରେ ଡ଼ଃ. ମିନତୀ ଦେବତା, ନିବେଦିତା ପଟେଲ, ସୁଶ୍ରୀ ସଙ୍ଗୀତା ଦାସ, ଦିନେଶ ସିଂହ, ବିରଞ୍ଚି ପଧାନ, ଭୁବନେଶ୍ବର ଛତ୍ରିଆ ପ୍ରଭୃତି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମର ତୃତୀୟ ତଥା ଉଦଯାପନୀ ଦିବସରେ ପ୍ରବାସୀ ଭାରତୀୟଙ୍କ ସାମଗ୍ରିକ ଯୋଗଦାନ ଉପରେ ବିଶଦ ଆଲୋଚନା କରାଯାଇଥିଲ। ଏଥି ସହିତ ବିଭିନ୍ନ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଳକା ପ୍ରିୟଦର୍ଶିନୀ ଖମାରୀ, ଅଙ୍କିତା ସାହୁ ଏବଂ ସଂଘମିତ୍ରା କର୍ଣ୍ଣ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଇଂରାଜୀ ନିବନ୍ଧରେ ଶକ୍ତିଶା ଚୌଧୁରୀ , ସିମ୍ରନ ଦଳାଇ ଓ ବସୁନ୍ଧରା ରାଜେ ଭୋଇ ତଥା ଓଡ଼ିଆ ନିବନ୍ଧ ପ୍ରତିଯୋଗିତାରେ ଅଙ୍କିତା ସାହୁ, ସଂଘମିତ୍ରା କର୍ଣ୍ଣ ଏବଂ ଅଙ୍କିତା ସାହୁ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସଭା ଶେଷରେ ଡ଼ଃ ସିଦ୍ଧେଶ୍ଵର ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ ତଥା ଛାତ୍ରୀମାନେ ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande