୧୮ତମ ପ୍ରବାସୀ ଭାରତୀୟ ଦିବସ-୨୦୨୫
ରୋଷେଇ ଘରରୁ ବିଶ୍ୱ ମଞ୍ଚ ପର୍ଯ୍ୟନ୍ତ: ସେଫ ରଣବୀର ବ୍ରାର
ଭାରତୀୟ ସଂସ୍କୃତିର ସୂକ୍ଷ୍ମଶକ୍ତି ଉପରେ ଆଲୋକପାତ କରିଛନ୍ତି
ଭୁବନେଶ୍ୱର 1 10 ଜାନୁଆରି (ହି.ସ.)- ଗତ କିଛି ବର୍ଷ ଧରି ଭାରତୀୟ ଖାଦ୍ୟ ଏହାର ସ୍ୱାଦ ପାଇଁ ନୁହେଁ ବରଂ ଭାରତୀୟ ଗର୍ବ ପାଇଁ ବିଶ୍ୱ ମଞ୍ଚରେ ସମ୍ମାନ ଅର୍ଜନ କରିଛି ବୋଲି ସେଲିବ୍ରିଟି ସେଫ ରଣବୀର ବ୍ରାର କହିଛନ୍ତି । ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଶେଷ ଦିବସରେ ଯୋଗଦେଇ ସେ ଏହା କହିଛନ୍ତି ।
ପୂର୍ବରୁ ବିଦେଶରେ ରେଷ୍ଟୁରାଣ୍ଟ ସ୍ଥାପନ କରିବାବେଳେ, ମୁଁ ମଡର୍ଣ୍ଣ ଇଣ୍ଡିଆନ୍ ରେଷ୍ଟୁରାଣ୍ଟ ଭଳି ହାଇଫେନେଫଡ୍ ଶବ୍ଦ ବ୍ୟବହାର କରୁଥିଲି । କି;ୁ ଏବେ କେବଳ ଭାରତୀୟ ରେଷ୍ଟୁରାଣ୍ଟ ନାମ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଯଥେଷ୍ଟ । ଗତ ୨୫ ବର୍ଷ ମଧ୍ୟରେ ଲୋକମାନେ ଖାଦ୍ୟ ଏବଂ ସଂସ୍କୃତିକୁ ଏକାଠି ଦେଖିବା ଆରମ୍ଭ କରିଥିବାରୁ ଏହା ସମ୍ଭବ ହୋଇଛି, ପ୍ରବାସୀ ଭାରତୀୟ ଦିବସ ୨୦୨୫ ର ଶେଷ ଦିନରେ ‘ପ୍ରବାସୀ ବିତର୍କ: ସଂସ୍କୃତି, ସଂଯୋଗ ଏବଂ ସମ୍ପର୍କ’ର ଗାଥା ଶୀର୍ଷକ ଏକ ଅଧିବେଶନରେ ଅଂଶଗ୍ରହଣ କରି ଶ୍ରୀ ବ୍ରାର କହିଛନ୍ତି ।
ବ୍ୟଞ୍ଜନ ହିଁ ଗୋଟିଏ ଦେଶର ସଂସ୍କୃତିର ପରିଚୟ ଦିଏ । ନିଜ ଘରୋଇ ଖାଦ୍ୟକୁ ପ୍ରଭାବଶାଳୀ ଭାବରେ ପ୍ରସାର ଏବଂ ପ୍ରଚାର କରିବା ପାଇଁ ନିଜ ସଂସ୍କୃତି ବିଷୟରେ କୌଣସି ସଂକୋଚ ପ୍ରକାଶ ନ କରିବା ଉଚିତ ବୋଲି ସେ ମନ୍ତବ୍ୟ ଦେଇଥିଲୋ
ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିବା ମାନ୍ୟବର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରବାସୀ ଭାରତୀୟମାନଙ୍କୁ ବିଦେଶରେ ଭାରତର ସମୃଦ୍ଧ ଐତିହ୍ୟର ବାହକ ଭାବରେ ବର୍ଣ୍ଣନା କରିବା ସହ ଭାରତୀୟ ଖାଦ୍ୟ ଏବଂ ପରମ୍ପରା ବିଦେଶରେ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି ବୋଲି ପ୍ରକାଶ କରିଥିଲେ । ଯୋଗ, ସଙ୍ଗୀତ, ଖାଦ୍ୟ ଏବଂ କଳା ଭଳି ସୂକ୍ଷ୍ମ ଶକ୍ତି ବିଶ୍ୱବ୍ୟାପୀ ପ୍ରଶଂସା ସୃଷ୍ଟି କରିଛି । ନ୍ୟୁୟର୍କର ଖାଦ୍ୟ ଟ୍ରକରୁ ଲଣ୍ଡନର ମିସେଲିନ୍-ତାରକା ପ୍ରତିଷ୍ଠାନ ପର୍ଯ୍ୟନ୍ତ ଭାରତୀୟ ଖାଦ୍ୟର ଉପସ୍ଥିତି ଦର୍ଶାଏ ଯେ ଆମର ରାନ୍ଧଣା ଐତିହ୍ୟ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ଟାଇମ୍ସ ସ୍କୋୟାରରେ ଦୀପାବଳି ପୋଷ୍ଟର ଏବଂ ବିଦେଶର ବିଭିନ୍ନ ସ୍ଥାନରେ ଦୀପାବଳି ଚିତ୍ରକଳା ଦେଖିବା ସମୟରେ ଆମକୁ ଗର୍ବ ଅନୁଭବ ହୁଏ ବୋଲି ସେ କହିଛନ୍ତି । ଆମର ସହଭାଗୀ ଐତିହ୍ୟର ଅବଦାନ ଭାବରେ ଭାରତର ପର୍ଯ୍ୟଟନ କ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କ ନିବେଶ ପାଇଁ ମନ୍ତ୍ରୀ ଶ୍ରୀ ଶେଖାୱତ ଆହ୍ୱାନ ଦେଇଛନ୍ତି ।
ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଡିଜି ଶ୍ରୀମତୀ କେ. ନନ୍ଦିନୀ ସିଙ୍ଗଲାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମରିସସ୍ର କଳା ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ମହେନ୍ଦ୍ର ଗୋଣ୍ଡିଆ, ଭୁଟାନର ଲେଖିକା, ଡିଜାଇନର ତଥା କଳାକାର ସୁଶ୍ରୀ ଚାର୍ମି ଛେଦା, ୟୁକ୍ରେନ୍ର ଶ୍ରୀ ଅର୍ଣ୍ଣବ ରାୟଚୂଡ଼ାମଣି, ନୁ୍ୟଜିଲାଣ୍ଡର ସୁଶ୍ରୀ ବାଣିସା ଧୀରୁ, ଓମାନ୍ର ଶ୍ରୀମତୀ ଐଶ୍ୱର୍ଯ୍ୟା ହେଗ୍ଡେ, ଉଗାଣ୍ଡାର ଶ୍ରୀ ପ୍ରବେଶ କୁମାର ରତିଲାଲ ମେହେତା, ମଲେୟେସିଆର ଶ୍ରୀ ଶଙ୍କର କଂଦସାମୀ, ଇଟାଲିର ସୁଶ୍ରୀ ଉର୍ମିଳା ଚକ୍ରବର୍ତ୍ତୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ