ବଲାଙ୍ଗିର, ୧୦ ଜାନୁଆରୀ (ହି.ସ.)- ଜରାସିଂହା ଉଚ୍ଚ ମାଧ୍ୟମିକ ବ୍ୟିାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୋଗ୍ରାମ ଅଫିସର ରଞ୍ଜନ କୁମାର ପାଣିଗ୍ରାହୀ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥିଭାବେ ଜରାସିଂହା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ସୁଭଶ୍ରୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ସାହସର ସହିତ ବିଭିନ୍ନ ପ୍ରକାର ଜଟିଳ ପରିସ୍ଥିତିରେ କିଭଳି ମୁକାବିଲା କରିପାରିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ କହିଥିଲେ । ସମ୍ମାନୀତ ଅତିଥିଭାବେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ଚିନ୍ମୟୀ ମିଶ୍ର ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା କୁମାରୀ ଜ୍ୟୋତି ଶର୍ମା ଛାତ୍ରୀମାନଙ୍କୁ ଉତ୍ସାହ ସହିତ ପ୍ରଶିକ୍ଷଣ ନେଇ ନିଜର ଶାରିରୀକ ଓ ମାନସିକ ଅଭିବୃଦ୍ଧି ପାଇଁ ପ୍ରୟାସ କରିବା ପାଇଁ କହିଥିଲେ । ମାଷ୍ଟର ଟ୍ରେନର ଅଭିନନ୍ଦା ସରାଫ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଧୋବଇ ଚରଣ ପଟେଲ, ଦୁର୍ବାଦଳ ଘିବେଲା ମଂଚାସୀନ ଥିବା ବେଲେ ଅଧ୍ୟାପକ ମୁକଶେ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ୮ ଦିନ ବ୍ୟାପି ହେଉଥବା ଉକ୍ତ ଶିବିରରେ ମୋଟ ସତୁରି ଜଣ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ