ଭୁବନେଶ୍ୱର, 10 ଜାନୁଆରି (ହି.ସ.)- ଧାନ କିଣା ପ୍ରସଙ୍ଗରେ ଯୋଗଣ ମନ୍ତ୍ରୀଙ୍କୁ କଡା ଟାର୍ଗେଟ କଲେ ବରିଷ୍ଠ
ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।
କହିଲେ ଧାନ ନ କିଣିବା ପାଇଁ ଏଫଏକ୍ୟୁ ମାନକୁ ଆଳ କରାଯାଇଛି l ଚାଷୀ ଅଭାବୀ ଧାନ ବିକ୍ରି କରୁଛି । ଏଯାଏ ସରକାର ମାତ୍ର ୩୦ ପ୍ରତିଶତ ଧାନ କିଣିଛନ୍ତି, ଏବେ ୬୦ ପ୍ରତିଶତ କିଣାଯିବା କଥା । ଧାନ
କିଣିବାରେ ସରକାର ବିଫଳ ହୋଇଛନ୍ତି । ପୁର୍ବରୁ ଆମେ କହିଥିଲୁ ଚାଷୀଙ୍କ ଧାନ କିଣାରେ ସରକାରଙ୍କ
ଗୋଡ଼ ଭାଙ୍ଗିଛି । ଚାଷୀଙ୍କୁ ଧୋକା ଦେଇଛନ୍ତି
ସରକାର । ତୁରନ୍ତ ସରକାର ସର୍ବ ଦଳୀୟ ବୈଠକ ଡାକନ୍ତୁ । ସବୁ ଚାଷୀଙ୍କ ଧାନ କିଣନ୍ତୁ । ଆଜି ୬ ଲକ୍ଷ ଚାଷୀ ହତାଶ ହୋଇଛନ୍ତି । ବାହାସ୍ପୋଟ
ମାରୁଛନ୍ତି ସରକାର । ଚାଷୀଙ୍କୁ ହତାଶ କରିବା ଅପରାଧ ସହ ଜଡ଼ିତ । ଯାହା କହିଥିଲ, ତାହା ପାଳନ କରିବାକୁ କହିଛନ୍ତି
ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା