22 Jan 2025, 17:36 HRS IST

ଅର୍ଡାବାହାଲ ହାଇସ୍କୁଲର ବାର୍ଷିକ ଉତ୍ସବ 
ଅର୍ଡାବାହାଲ ହାଇସ୍କୁଲର ବାର୍ଷିକ ଉତ୍ସବ 
ଅର୍ଡାବାହାଲ ହାଇସ୍କୁଲର ବାର୍ଷିକ ଉତ୍ସବ


ସମ୍ବଲପୁର, ୧୧, ଜାନୁଆରୀ (ହି.ସ)

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଅର୍ଡାବାହାଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ (ଏସଏସଡି)ଶନିବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅନିଭା ନାୟକ ସଭାପତିତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।ସେ କହିଥିଲେ ଯେ,ସରକାରଙ୍କ ଅନୁସୂଚୀତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ପାଇଁ ବିଭିନ୍ନ ସୁବିଧା ସୁଯୋଗ ରହିଛି।ପିଲାମାନେ ଭଲ ପାଠପଢି ଦେଶର ଟେକ ରଖିବାକୁ କହିଥିଲେ।ଏହାଛଡା ଓଡିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତି ଜଣେ ଜଣେ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି।ତେଣୁ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବା ସାଙ୍ଗକୁ ବଣ ମଲ୍ଲୀ ନହୋଇ ବଗିଚାର ମଲ୍ଲୀ ହେବାକୁ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କଲ୍ୟାଣ ବିଭାଗରୁ ଅବସର ଗ୍ରହଣ କରିଥିବା ଡିଆଇ ନୀଳମଣି ସାହୁ ମୁଖ୍ୟବକ୍ତା, ଅର୍ଡାବାହାଲ ଯୁକ୍ତଦୁଇ ବିଜ୍ଞାନ କଲେଜ (ଏସଏସଡି) ଅଧ୍ୟକ୍ଷ ରଞ୍ଜନ କୁମାର ନାୟକ, ଭୋଜପୁର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆଇରୀନା ମିଞ୍ଜ, କଲ୍ୟାଣ ଶିକ୍ଷକ ସଂଘର ସମ୍ବଲପୁର ଜିଲ୍ଲା ସଭାପତି ତଥା ବଡମୁଣ୍ଡାଲୋଇ ଏସଏସଡି ହାଇସ୍କୁଲ ଶିକ୍ଷକ ବୀରେନ୍ଦ୍ର ପଟେଲ, ସାମ୍ବାଦିକ ବିରଞ୍ଚି ଦର୍କା ଓ ସାଂସଦ ପ୍ରତିନିଧି ରୁଦ୍ର ପ୍ରତାପ ଦେଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଅର୍ଡାବାହାଲର ସରକାରୀ ଉଚ୍ଚ ବିଦ୍ୟାଳୟର ସୁନାମ ରହିଛି। ତେଣୁ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରୀ ଏବେ ଠାରୁ ନିଜ ଭବିଷ୍ୟତ ଗଠନ ପାଇଁ ଯତ୍ନବାନ ହେବାକୁ ବକ୍ତବ୍ଯରେ କହିଥିଲେ। ଷଣ୍ଢପଥର ଏସଏସଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ସଭାପରିଚାଳନା କରିଥିବା ବେଳେ ଅର୍ଡାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ନାଏକ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ହାସଲ କରିଥିବା ଛାତ୍ରୀ ପାୟଲ ଠାକୁର, ଉଚ୍ଚ ବିଦ୍ୟାଳୟର ଉତ୍ତମ ସ୍ୱେଚ୍ଛାସେବୀ ରେଣୁକା କିଷାନଙ୍କ ସମେତ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ଶିକ୍ଷକ ବୀରେନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରାଜେନ୍ଦ୍ର କୁମାର ସାହୁ,ଶିକ୍ଷୟିତ୍ରୀ ଝିଲି ପ୍ରଧାନ,ଶିବାନୀ ମରେଇ,ସୁଷମା ପାଣି,ଦୀପିକା ନାୟକ,କ୍ରୀଡା ଶିକ୍ଷକ ଚନ୍ଦନ ମାକର, ଅତିଥି ଶିକ୍ଷକ ଡିକାଶ ବିଜୟ ନାୟକ, ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande