ଦୁଇ ଦିନିଆ ବୀର ଛବିଲ ସାଏ ଫୁଟବଲ ପ୍ରତିଯୋଗିତା ଉଦଘାଟିତ
ସମ୍ବଲପୁର, ୨୨ ଜାନୁଆରୀ (ହି.ସ) - ସମ୍ବଲପୁର ମହାନଗର ଅନ୍ତର୍ଗତ କୁଦୋପାଲି ଗାଁ ଖେଳପଡିଆ ଠାରେ ବୁଧବାର ଦୁଇ ଦିନିଆ ବୀର ଛବିଲ ସାଏ କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ବୀର ଛବିଲ ସାଏ ସଙ୍ଗଠନ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ପଶ୍ଚିମ
ଦୁଇ ଦିନିଆ ବୀର ଛବିଲ ସାଏ ଫୁଟବଲ ପ୍ରତିଯୋଗିତା ଉଦଘାଟିତ


ସମ୍ବଲପୁର, ୨୨ ଜାନୁଆରୀ (ହି.ସ) - ସମ୍ବଲପୁର ମହାନଗର ଅନ୍ତର୍ଗତ କୁଦୋପାଲି ଗାଁ ଖେଳପଡିଆ ଠାରେ ବୁଧବାର ଦୁଇ ଦିନିଆ ବୀର ଛବିଲ ସାଏ କପ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ବୀର ଛବିଲ ସାଏ ସଙ୍ଗଠନ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇ ପ୍ରତିଯୋଗିତାରେ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଫ୍ରିକୀୟ ସୁଦାନ'ର ଫୁଟବଲ ଖେଳାଲୀ ଏଲମିନୋ ଲାଡୋ କୁଦୋପାଲୀ ଦଲ ତରଫରୁ ଅଂଶଗ୍ରହଣ କରି ପ୍ରତିଯୋଗିତାରେ ଆକର୍ଷଣର କେନ୍ଦ୍ର ପାଲଟିଥିଲେ । ପ୍ରଥମ ଦିନର ସେମିଫାଇନାଲ ଖେଳରେ ଚାରଭାଟୀ ଦଳ କୁଦୋପାଲି ବୀର ଜବିଲ ସାଏ କ୍ଳବ ମଧ୍ୟରେ କଡା ମୁକାବିଲା ହୋଇଥିବା ଦେଖିବାକୁ ମିଲିଥିଲା । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଗୋଲ ହୋଇପାରିନଥିଲା । ଶେଷରେ ପେନାଲଟି ଜରିଆରେ ଚାରଭାଟୀ ଦଳ କୁଦୋପାଲି କ୍ଳବକୁ ୫-୪ ଗୋଲରେ ପରାସ୍ତ କରି ଫାଇନାଲ ପାଇଁ ଉନ୍ନିତ ହୋଇଥିଲା । ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ କୁଦୋପାଲି ବୀର ଛବିଲ ସାଏ କ୍ଳବ ଏବଂ ସୁନାପାଲି ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୁଦୋପାଲି ଦଳ ୨-୦ ଗୋଲରେ ସୁନାପାଲି କ୍ଲବକୁ ପରାସ୍ତ କରିଥିଲା । ସେହିପରି ଦ୍ୱିତିୟ ମ୍ୟାଚରେ ହପ୍ରୀୟାବାହାଲ ଦଳ ୪-୧ ରେ ଲରପଙ୍କ ଫୁଟବଲ କ୍ଲବକୁ ପରାସ୍ତ କରିଥିଲା । ସେହିପରି ତୃତୀୟ ମ୍ୟାଚରେ ଚାରଭାଟୀ ଦଳ ୧-୦ ଗୋଲରେ ଡକଡେରା ଦଳକୁ ପରାସ୍ତ କରିଥିଲା । ଆଜିର ପ୍ରତିଯୋଗିତାକୁ କାର୍ତିକ ଓରାମ, ରାଜାରାମ ଓରାମ, ବୃଷଭାନୁ ମହନ୍ତ, ଦେବାନନ୍ଦ ମିର୍ଦ୍ଧା ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ପ୍ରତିଯୋଗିତା ଆୟୋଜନରେ ବୀର ଛବିଲ ସାଏ ସଙ୍ଗଠନର ସଭାପତି ପ୍ରଫୁଳ୍ଲ ଭୋଇ ସଭାପତି, ସମ୍ପାଦକ ତରଣୀ ସେଠ, କୋଷାଧ୍ୟକ୍ଷ ଟିକଙ୍କ୍‌ତ ବେହେରା , ସୁଦାମ ସେଠ, ଚନ୍ଦନ ସାହାଣୀ, ସୁନିଲ ସାହାଣୀ, ମାନସ ଭୋଇ, କିରଣ ଭୋଇ, ସିଦ୍ଧାର୍ଥ ମିର୍ଦ୍ଧା, ସତ୍ୟ ବେହେରା, ଜୟରାଜ ଧର, ଦିଳିପ ଡନସେନା ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande