ଦକ୍ଷିଣ କୋରିୟାରେ ପୋଲିସର ଜେଜୁ ଏୟର କାର୍ଯ୍ୟାଳୟରେ ଚଢାଉ
ସିୟୋଲ 2 ଜାନୁଆରୀ (ହି.ସ)-ଦକ୍ଷିଣ କୋରିୟାର ବିମାନ କମ୍ପାନୀ ଜେଜୁ ଏୟରକୁ ସମ୍ପ୍ରତ୍ତି ଦୁର୍ଘଟଣା ପାଇଁ ଅଧିକ ମୁଲ୍ୟ ଦେବାକୁ ପଡିପାରେ। ଅଧିକାରୀମାନେ କହିଛନ୍ତି ଯେ ଏହା ବୃତ୍ତିଗତ ଅବହେଳା ।ତେଣୁ ଗୁରୁବାର ଦିନ ଜେଜୁ ଏୟାରର ସମସ୍ତ କାର୍ଯ୍ୟାଳୟ ଏବଂ କିଛି ଅନ୍ୟ ସ୍ଥ
ଦକ୍ଷିଣ କୋରିୟାରେ ପୋଲିସର ଜେଜୁ ଏୟର କାର୍ଯ୍ୟାଳୟରେ ଚଢାଉ


ସିୟୋଲ 2 ଜାନୁଆରୀ

(ହି.ସ)-ଦକ୍ଷିଣ କୋରିୟାର ବିମାନ କମ୍ପାନୀ ଜେଜୁ ଏୟରକୁ ସମ୍ପ୍ରତ୍ତି ଦୁର୍ଘଟଣା ପାଇଁ ଅଧିକ

ମୁଲ୍ୟ ଦେବାକୁ ପଡିପାରେ। ଅଧିକାରୀମାନେ କହିଛନ୍ତି ଯେ ଏହା ବୃତ୍ତିଗତ ଅବହେଳା ।ତେଣୁ ଗୁରୁବାର ଦିନ ଜେଜୁ ଏୟାରର ସମସ୍ତ କାର୍ଯ୍ୟାଳୟ ଏବଂ

କିଛି ଅନ୍ୟ ସ୍ଥାନ ଉପରେ ଚଢାଉ କରି ଖୋଜାଖୋଜି କରାଯାଇଥିଲା। ମୁଆନ ଆନ୍ତର୍ଜାତୀୟ

ବିମାନବନ୍ଦରରେ ଅବସ୍ଥିତ କମ୍ପାନୀ କାର୍ଯ୍ୟାଳୟର ରେକର୍ଡ ଖୋଜା ଯାଇଥିଲା।ସେନା ଏହି

ଦୁର୍ଘଟଣାରେ ଅଲଗା ଅନୁସନ୍ଧାନ ଆରମ୍ଭ କରିଛି।ଦ କୋରିୟା ଟାଇମ୍ସ ଖବରକାଗଜର ଖବରରେ ଏହି ସୁଚନା

ଦିଆଯାଇଛି।ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଜିୟୋନାମ ପ୍ରାଦେଶିକ ପୋଲିସ ଦକ୍ଷିଣ ପଶ୍ଚିମ

ଦକ୍ଷିଣ କୋରିୟାର ବିମାନବନ୍ଦର,ଜେଜୁ ଏୟାରର ସିୟୋଲ କାର୍ଯ୍ୟାଳୟ ଏବଂ ବୁସାନ ଆଞ୍ଚଳିକ ବିମାନ

ଚଳାଚଳ କାର୍ଯ୍ୟାଳୟର ମୁଆନ କାର୍ଯ୍ୟାଳୟରେ ସର୍ଚ୍ଚ ଏବଂ ଜବତ ଅଭିଯାନ ଆରମ୍ଭ କରିଛି।ଏହି

ଅଭିଯାନ ବୃତ୍ତିଗତ ଅବହେଳାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି।ସୁଚନାଯୋଗ୍ୟ ଯେ ମୁଆନ

ଆନ୍ତର୍ଜାତୀୟ ବିମାନବନ୍ଦରରେ ରବିବାର ହୋଇଥିବା ବିମାନ ଦୁର୍ଘଟଣାରେ 179 ଜଣଙ୍କ ମୃତ୍ୟୁ

ଘଟିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande