ନୂଆଦିଲ୍ଲୀ, ଜାନୁଆରୀ ୪ (ହିସ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀରେ ରେଳ, ମେଟ୍ରୋ ଏବଂ ସ୍ୱାସ୍ଥ୍ୟ ସହ ଜଡିତ ୧୨,୨୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ।
ଜାନୁଆରୀ ୫ ତାରିଖ ଶନିବାର ଦିନ ପ୍ରାୟ ୧୨:୧୫ ସମୟରେ ଦିଲ୍ଲୀରେ ୧୨,୨୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୧ ଟା ସମୟରେ ଗାଜିଆବାଦ ଜିଲ୍ଲାର ସାହିବାବାଦ ଆରଆରଟିଏସ ଷ୍ଟେସନରୁ ଦିଲ୍ଲୀର ନୂଆ ଅଶୋକ ନଗର ଆରଆରଟିଏସ ଷ୍ଟେସନ ପର୍ଯ୍ୟନ୍ତ ନମୋ ଭାରତ ଟ୍ରେନରେ ଯାତ୍ରା କରିବେ।
ସାହିବାବାଦ ଏବଂ ନୂଆ ଅଶୋକ ନଗର ମଧ୍ୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ନମୋ ଭାରତ କରିଡରର ୧୩ କିଲୋମିଟର ଦୂରତାକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ, ଯାହାର ମୂଲ୍ୟ ପ୍ରାୟ ୪,୬୦୦ କୋଟି ଟଙ୍କା ହେବ। ଏହି ଉଦ୍ଘାଟନ ସହିତ ଦିଲ୍ଲୀ ଏହାର ପ୍ରଥମ ନମୋ ଭାରତ ସଂଯୋଗ ପାଇବ ।
-----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ