ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡା,ଶିମଳାର ରାତି ସମତଳ ଅଞ୍ଚଳ ଅପେକ୍ଷା ଗରମ
ଶିମଳା 2 ଜାନୁଆରୀ (ହି.ସ)-ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡାଜାରି ରହିଛି।ରାଜ୍ୟର ପାଞ୍ଚଟି ସହରରେ ପାରା ମାଇନସରେ ପହଁଞ୍ଚିଛି।ଲାହୌଲ -ସ୍ପିତି ଜିଲ୍ଲାର ତାବୋ-14.7 ଡିଗ୍ରୀ ସେଲସିୟସ ସହ ସର୍ବାଧିକ ଥଣ୍ଡା ଥିଲା।ଏହି ଜିଲ୍ଲାର ସମଦ୍ଧୋରେ ସର୍ବନିମ୍ନ ତାପମାତ୍ରା -9.3 ଡି
ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡା,ଶିମଳାର ରାତି ସମତଳ ଅଞ୍ଚଳ ଅପେକ୍ଷା ଗରମ


ଶିମଳା 2 ଜାନୁଆରୀ (ହି.ସ)-ହିମାଚଳପ୍ରଦେଶରେ ପ୍ରବଳ ଥଣ୍ଡାଜାରି

ରହିଛି।ରାଜ୍ୟର ପାଞ୍ଚଟି ସହରରେ ପାରା ମାଇନସରେ ପହଁଞ୍ଚିଛି।ଲାହୌଲ -ସ୍ପିତି ଜିଲ୍ଲାର

ତାବୋ-14.7 ଡିଗ୍ରୀ ସେଲସିୟସ ସହ ସର୍ବାଧିକ ଥଣ୍ଡା ଥିଲା।ଏହି ଜିଲ୍ଲାର ସମଦ୍ଧୋରେ ସର୍ବନିମ୍ନ

ତାପମାତ୍ରା -9.3 ଡିଗ୍ରୀ ,କୁକୁମସେରୀରେ 6.9 ଡିଗ୍ରୀ ,କେଳଙ୍ଗରେ -6.2 ଡିଗ୍ରୀ ଏବଂ

କିନ୍ନୋରର କଳ୍ପାରେ -2 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

ରାଜ୍ୟର ରାଜଧାନୀ ଶିମଳାର ସର୍ବନିମ୍ନ ତାପମାତ୍ରା 9.6 ଡିଗ୍ରୀ

ସେଲସିୟସ ରେକର୍ଡ କରାଯାଇଛି ଏବଂ ଏହା ସାମାନ୍ୟରୁ 6.5 ଡିଗ୍ରୀ ଅଧିକ।କୌତୁହଳର ବିଷୟ ଏହା କି

ଶିମଳାର ରାତି ବର୍ତ୍ତମାନ ସମତଳ ଅଞ୍ଚଳ ଅପେକ୍ଷା ଅଧିକ ଗରମ।ଗତ 24 ଘଣ୍ଟାରେ ଶିମଳାର ସର୍ବନିମ୍ନ

ତାପମାତ୍ରାରୁ ଦୁଇ ଡିଗ୍ରୀ ବୃଦ୍ଧି ରେକର୍ଡ କରାଯାଇଛି।ଏହା ବ୍ୟତୀତ ରାଜ୍ୟର ଅନ୍ୟ ସମତଳ

ଜିଲ୍ଲା ଭଳି ଉନା,ବିଳାସପୁର,ଏବଂ ହମୀରପୁର ଶିମଳା ଅପେକ୍ଷା ଅଧିକ ଥଣ୍ଡା ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande