ମଥୁରାର ଶାହି ଇଦଗାହ ମସଜିଦ କମ୍ପେ୍ଲକ୍ସର ସର୍ଭେ ପାଇଁ ଅନୁମତି ଉପରେ ସ୍ଥଗିତାଦେଶ ବୃଦ୍ଧି କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୨ ଜାନୁଆରୀ (ହି.ସ.)- ମଥୁରାର ଶାହି ଇଦ୍‌ଗାହ ମସଜିଦ ପରିସରର କୋର୍ଟ-ନିରୀକ୍ଷଣରେ ସର୍ଭେ କରିବାକୁ ଅନୁମତି ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ଏହି କମ୍ପେ୍ଲକ୍ସ ମଥୁରାର କୃଷ୍ଣ ଜନ୍ମଭୂମି କମ୍ପେ୍ଲକ୍ସ ପାଖରେ ଅବସ୍ଥିତ
ମଥୁରାର ଶାହି ଇଦଗାହ ମସଜିଦ କମ୍ପେ୍ଲକ୍ସର ସର୍ଭେ ପାଇଁ ଅନୁମତି ଉପରେ ସ୍ଥଗିତାଦେଶ ବୃଦ୍ଧି କଲେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ, ୨୨ ଜାନୁଆରୀ (ହି.ସ.)- ମଥୁରାର ଶାହି ଇଦ୍‌ଗାହ ମସଜିଦ ପରିସରର କୋର୍ଟ-ନିରୀକ୍ଷଣରେ ସର୍ଭେ କରିବାକୁ ଅନୁମତି ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶକୁ ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ଏହି କମ୍ପେ୍ଲକ୍ସ ମଥୁରାର କୃଷ୍ଣ ଜନ୍ମଭୂମି କମ୍ପେ୍ଲକ୍ସ ପାଖରେ ଅବସ୍ଥିତ।

ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏପ୍ରିଲ ପ୍ରଥମ ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଡିସେମ୍ବର ୧୨ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଯେପର୍ଯ୍ୟନ୍ତ ପୂଜା ସ୍ଥାନ ଆଇନର ଶୁଣାଣି ନହୁଏ, ସେପର୍ଯ୍ୟନ୍ତ କୌଣସି କୋର୍ଟ ମନ୍ଦିର-ମସଜିଦ ସମ୍ପର୍କିତ କୌଣସି ନୂତନ ମାମଲା ଗ୍ରହଣ କରିବେ ନାହିଁ। ପ୍ରକୃତରେ, ହିନ୍ଦୁ ପକ୍ଷ କହୁଛି ଯେ ମସଜିଦ ପରିସରରେ ଏପରି ପ୍ରତୀକ ଅଛି, ଯାହା ଦର୍ଶାଏ ଯେ ସେଠାରେ ଥରେ ଏକ ମନ୍ଦିର ଥିଲା।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande