ଜୟପୁର, ୩୦ ଜାନୁଆରୀ (ହି.ସ.)- ନାବାଳିକା ଛାତ୍ରୀକୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୁଇ ନାବାଳକଙ୍କୁ କାବୁ କରିଛି ଜୟପୁର ଟାଉନ ପୋଲିସ । ନାବାଳକ ୨ ଜଣ ଯୁକ୍ତ ଦୁଇର ଛାତ୍ର ବୋଲି ଜଣାଯାଇଛି ।
ପୋଲିସ ସୂଚନା ଅନୁଯାଇ, ଗତ ୨୩ ତାରିଖରେ ନାବାଳିକା ଛାତ୍ରୀ ଖେଳୁଥିବା ସମୟରେ ୨ ଜଣ ଅଭିଯୁକ୍ତ ନାବାଳକ ତାଙ୍କୁ ଅପହରଣ କରିନେଇଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ କିଛି ଖୋଜ ଖବର ନମିଳିବାରୁ ଗତ ୨୫ ତାରିଖରେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାର ବୟାନ ଆଧାରରେ ପୋଲିସ ୨ ଜଣ ନାବାଳାକ ଛାତ୍ରକୁ ଆଜି କାବୁ କରିଛି । ଡାକ୍ତରି ମାଇନା ପରେ ଅପରାହ୍ନ ୪ଟାରେ ଜୁଭେଲାଇନ ଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ରମଣି ରଞ୍ଜନ ଦଳେଇ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପବନ