ଚକା ଫାଟିବାରୁ ଓଲଟିଲା ମାଛ ବୋଝେଇ ପିକଅପ, ଚାଳକ ଓ ବେପାରି ଆହତ
କୋରେଇ,୩୦ ଜାନୁଆରି (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଭୋର ସମୟରେ ଏକ ମାଛ ବୋଝେଇ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଚାଳକ ଓ ବେପାରି ଆହତ ହୋଇଛନ୍ତି । ପ୍ରକାଶଯେ କେନ୍ଦ୍ରାପଡା ଜମ୍ବୁରୁ ମାଝ ବୋଝେଇ କରି ଏକ ପିକଅପ କଲିକତ।
ଚକା ଫାଟିବାରୁ ଓଲଟିଲା ମାଛ ବୋଝେଇ ପିକଅପ, ଚାଳକ ଓ ବେପାରି ଆହତ


କୋରେଇ,୩୦ ଜାନୁଆରି (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଭୋର ସମୟରେ ଏକ ମାଛ ବୋଝେଇ ପିକଅପ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଚାଳକ ଓ ବେପାରି ଆହତ ହୋଇଛନ୍ତି । ପ୍ରକାଶଯେ କେନ୍ଦ୍ରାପଡା ଜମ୍ବୁରୁ ମାଝ ବୋଝେଇ କରି ଏକ ପିକଅପ କଲିକତ।। ଦଳଦିଆ ଅଭିମୁଖେ ଯାଉଥିଲା । ପାଣିକୋଇଲି ଶର୍ମା ପେଟ୍ରୋଲ ପମ୍ପ ନିକଟରେ ତାର ଆଗଚକା ଫାଟିଯିବାରୁ ଭାରସାମ୍ୟ ହରାଇ ପିକଅଟି ଚାରି ଚକା ଉପରକୁ କରି ଓଲଟି ପଡିଥିଲା । ଫଳରେ ଗାଡିର ଚାଳକ ରାଜେଶ କୁମାର ମାନା ଓ ବେପାରି ବନ ମାଇତି ଆହତ ହୋଇଥିଲେ । ଘଟଣାସ୍ଥଳେ ରାଜପଥ ପୋଟ୍ରୋଲିଂଗ ଅଧିକାରୀ ଅଶୋକ କୁମାର ବଳ ସଦଳବଳେ ପହଂଚି ସେମାନଙ୍କୁ ଉଦ୍ଧାର କରି ଚିକତ୍ସା କରାଇଥିବା ବେଳେ ଅନ୍ୟ ଏକ ଗାଡିରେ ମାଛକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳେ ପୁଲିସ ପହଂଚି ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande