ବଲାଙ୍ଗିର, ୩୦ ଜାନୁଆରୀ (ହି.ସ.)- ବଲାଙ୍ଗିର ବ୍ଲକ ସ୍ଥିତ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ ତରଫରୁ ଅନୁଷ୍ଠିତ ବିନୋଦ ସ୍ମାରକୀ ଫୁଟବଲ ପଂଚମ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସ୍ପୋର୍ଟ୍ସ ହଷ୍ଟେଲ ୫-୦ ଗୋଲରେ ବିଏନ୍ଏଏ ଜରାସିଂହା କୁ ହରାଇ ବିଜୟୀ ହୋଇଛି । ମୁଖ୍ୟ ଅତିଥି ଭାବେ ଚାଷୀନେତା ଆକାଶ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଖେଳାଳି ଅକ୍ଷୟ କୁମାର ବେହେରା, ସୋମନାଥ ମାଝି, କ୍ରୀଡାବିତ୍ ଶ୍ରୀକାନ୍ତ ରାଉତ ଓ ଚେତନାନନ୍ଦ ପଣ୍ଡା ଯୋଗ ଦେଇ ଥିଲେ । କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ସଂସଦର ସଦସ୍ୟ କୈଳାସ ଚନ୍ଦ୍ର କର୍ତ୍ତି, କ୍ରିଡାବିତ୍ ଅଭିମନ୍ୟୁ ପାଣ୍ଡେ, ପ୍ରଫୁଲ୍ଲ ବଗର୍ତ୍ତି ମଂଚାସିନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱର୍ଗତ ବିନୋଦ କୁମୁରା ଙ୍କ ବାପା ରାମ କୁମାର କୁମୁରା ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ ଙ୍କ ତତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା ।
ଖେଳକୁ ସଂଜିବ ମହାରଣା, ଜଳନ୍ଧର ସାହୁ, ପୁରୁଷୋତ୍ତମ ବୁଡେକ, ସଞ୍ଜନ କୁଦେଇ ପରିଚାଳନା କରିଥିବା ବେଳେ ଦେବରାଜ ନାହାକ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ସେହିପରି କୃପାସିନ୍ଧୁ ସାହୁ, ଅଦ୍ୱେତ ନାହାକ, ହାଡୁରାମ ରଣା, ଚମରା ମହାକୁର ପ୍ରମୁଖ ସହଯୋଗ କରିଥିଲେ । ୩୧ ତାରିଖ ଶୁକ୍ରବାର ଜେକେୱାଇଏସ୍ କାଲସାଏପାଲି ବନାମ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ ବୋଲି ଆୟୋଜନ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ