ମାଟିପାଇଁ ଗର୍ବିତ ନହୋଇ ଯଦି ଆମେ କୃତଜ୍ଞ ହେବା ତାହାହେଲେ ଏହା ଆମସମସ୍ତଙ୍କ ମଙ୍ଗଳମୟ ହେବ : ତଥାଗତ 
ମଠାଖାଇ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ହିନ୍ଦୀ ନାଟକ 'ସୂର୍ଯ୍ୟ କି ଅନ୍ତିମ କିରଣ ସେ ପହଲୀ କିରଣ tak' ମଞ୍ଚସ୍ଥ 
ମାଟିପାଇଁ ଗର୍ବିତ ନହୋଇ ଯଦି ଆମେ କୃତଜ୍ଞ ହେବା ତାହାହେଲେ ଏହା ଆମସମସ୍ତଙ୍କ ମଙ୍ଗଳମୟ ହେବ : ତଥାଗତ


ମାଟିପାଇଁ ଗର୍ବିତ ନହୋଇ ଯଦି ଆମେ କୃତଜ୍ଞ ହେବା ତାହାହେଲେ ଏହା ଆମସମସ୍ତଙ୍କ ମଙ୍ଗଳମୟ ହେବ : ତଥାଗତ


ମାଟିପାଇଁ ଗର୍ବିତ ନହୋଇ ଯଦି ଆମେ କୃତଜ୍ଞ ହେବା ତାହାହେଲେ ଏହା ଆମସମସ୍ତଙ୍କ ମଙ୍ଗଳମୟ ହେବ : ତଥାଗତ


ବଲାଙ୍ଗିର, 8 ଜାନୁଆରି (ହି.ସ.) ଭୂମିକା ଓ ମଠାଖାଇ ମହୋତ୍ସବ କମିଟି ଦ୍ୱାରା ଅନୁଷ୍ଟିତ ହେଉଥିବା ନାଟକ ମହୋତ୍ସବ ର ଚତୁର୍ଥ ରଜନୀ ସାଂସ୍କୃତିକ ସଭା ରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ସଂପାଦକ ପୁର୍ବତନ ସାଂସଦ ତଥାଗତ ଶପଥୀଙ୍କ ଯୋଗ ଦେଇ ଥିଲେ। ସେ କହିଲେ ଯେହେତୁ ସୁଯୋଗ ମିଳିଲା ତେଣୁ ମୁଁ ଆଉଥରେ ନାଟକ ଦେଖିବାକୁ ଆସିଛି | ନାଟକ ଓ ନୃତ୍ୟ ଭିନ୍ନ ଭାବରେ ଜୀବନକୁ ପ୍ରତିଫଳିତ କରୁଛି | ଆମେ ଯେତେଦିନ ପାଇଁ ପୃଥିବୀକୁ ଆସିଛୁ ଟିକେ ଭାବିବା ଯେ, ଆମେ ଯାହା ଏହି ମାଟିରୁ ନେଇଛୁ କିପରି ତାହା ଫେରେଇପାରିବା | ମାଟିପାଇଁ ଗର୍ବିତ ନହୋଇ ଯଦି ଆମେ କୃତଜ୍ଞ ହେବା ତାହାହେଲେ ଏହା ଆମସମସ୍ତଙ୍କ ମଙ୍ଗଳମୟ ହେବ | ଯେଉଁଭଳି ଭାବରେ ସମସ୍ତ କ୍ଷେତ୍ରରୁ ବାଛି ବାଛି ମଠଖାଇ ସମ୍ମାନ ପ୍ରଦାନ କରୁଛନ୍ତି, ଆପଣଙ୍କ ଏହି ସାଧୁବାଦ ପାଇଁ ଅନେକ ଅନେକ ସାଧୁବାଦ | ଅନୁଷ୍ଟାନଉପଦେଷ୍ଟା ଜଗଦାନନ୍ଦଛୁରିଆ...ସମ୍ମାନିତ ଅତିଥି ରୁପେ ମଞ୍ଚଷିନ ହୋଇ କହିଲେ ନାଟକରେ ଦେଖଣାହାରୀ ମୁଖ୍ୟ | ବାଲାଙ୍ଗୀରର ସମସ୍ତ ସଂଗଠନ ମିଶି ଏହି ନାଟକ ଆନ୍ଦୋଳନକୁ ଆଗେଇ ନେଉଛନ୍ତି, ଏହା ନିଶ୍ଚିତ ସାଧୁବାଦର ହକଦାର | ଆଜିଯାଏଁ ୮୧ ଟି ନାଟକ ଏହି ମହୋତ୍ସବର ୧୬ ବର୍ଷରେ ନିଜର ଅଭିନୟ ପରିବେଷଣ କରିଛନ୍ତି | ଏହି ମହୋତ୍ସବ ନିଶ୍ଚୟ ନିଜର ଛୋଟ ଛୋଟ ପାହୁଣ୍ଡ ପକେଇ ଆଗକୁ ଯିବ | ଏହା ଦିଆନିଆ ଓ ମିଳାମିଶାର ପର୍ବ | କଳାକାର ସମାଜର ନିଶ୍ଚୟ ଆଗଧାଡିର ବ୍ୟକ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ | ମୂଖ୍ୟ ଉପଦେଷ୍ଟା! ପ୍ରଫେସର

ମଧୁସୂଦନ ପତି... ସମ୍ମାନିତ ଅତିଥି ରୁପେ ଆଜି କହି ଥିଲେ ମଣିଷ ମଂଚାସୀନ ହେଲେ ମଞ୍ଚାଧୀନ ହୁଏ | ୧୬ ବର୍ଷ ଅତିକ୍ରାନ୍ତ କରି ମଠଖାଇ ମହୋତ୍ସବ ଆଜି ଯୁବକ ହେଇଗଲା | ସଂସାରରେ କେହିବି ଏପରିହାର୍ଯ୍ୟ ନୁହେଁ ତେଣୁ ଏହି ମହୋତ୍ସବ ନିଶ୍ଚୟ ଆଗକୁ ଯିବ କେହି ଥାଉ ବା ନଥାଉ | ନାଟକ ପ୍ରଶାନ୍ତି ଓ ପରିତୃପ୍ତି ପ୍ରଦାନ କରେ | ଏହି ମହୋତ୍ସବ ବାଲାଙ୍ଗୀରର ସମସ୍ତଙ୍କୁ ଏକାକାର କରିବାରେ ସମର୍ଥ ହୋଇଛି ।ନାଟକରେ ବାର୍ତ୍ତା ଦର୍ଶକ ପାଖରେ ପରୋକ୍ଷରେ ପହଞ୍ଚିଥାଏ |

ଅଧ୍ୟକ୍ଷ, ମହୋତ୍ସବ ଆୟୋଜନ କମିଟି ନରସିଂହ ମିଶ୍ର କହିଥିଲେ ଏହି ମଞ୍ଚ ରାଜନୀତିର ନୁହେଁ କେବଳ କଳା ଓ କଳାକାରଙ୍କ ପାଇଁ | ନାଟକ ଓ ଆପଣଙ୍କ ଭିତରେ ମୁଁ ଅନ୍ତରାୟ ହେବିନାହିଁ | ଆଜି ସଭାରେ ସଭାପତି ଥିଲେ ଚିତ୍ତରଞ୍ଜନ ଦାସ ,ସମ୍ପାଦକ ଅଶୋକ ଦାସ ଆତିଥି ମାନଙ୍କୁ ସ୍ଵାଗତ କରିଥଲେ ଶେଷରେ ଧ ନ୍ୟବାଦ ଅର୍ପଣ କରିଥଲେ ମୁରଲୀଧାରୀ ପତି । ଆଜିର ମଞ୍ଚ ସମର୍ପଣ ହୋଇଥଲା ବରଗଡ଼ ରେ ଧନୁଯାତ୍ରା ରେ କଂସ ଅଭିନୟ କରିଥିବା ସ୍ବର୍ଗତ ଗୋପାଳ ସହୁ ( ଏଲି) ।ମଞ୍ଚ ସମର୍ପଣ ପତ୍ର ପାଠ କରିଥଲ ଶତ୍କ୍ତିଦତ୍ତ ମିଶ୍ର । ଜୀବନ ରେ ଜଣେ ରିକ୍ସା ଚାଳକ ରୁପେ ଜୀବନ କାଟୁଥିବା ବେଳେ ଶବ ଦାହ କରିବା ଭଳି ସେବା କରୁଥିବା ଜୟନ୍ତ ବାଗ, (ଶବ ଦାହକ) ଙ୍କୁ ଆଜି ମଠଖାଇ ସମ୍ମାନ ପ୍ରଦାନ କରଯାଇଥିଲା ମାନପତ୍ର. ପଠନ କରିଥଲ ଜିତେନ୍ଦ୍ରିୟ ତ୍ରିପାଠୀ ।

ସଭାକାର୍ଯ୍ୟ ଆରମ୍ଭ ପୁର୍ବରୁ ସଂଜ୍ୟୋତ କଳାକେନ୍ଦ୍ର ବଲାଙ୍ଗୀର ଦ୍ୱାରା ମଡୁଆଶାଳ ନୃତ୍ୟ ପରିବେଷଣ କରାଯାଉଥିଲା।

ଭାରତୀୟ ନାଟ୍ୟ ଜଗତର ଏକ ସ୍ବତନ୍ତ୍ର ନାଟକ -ସୂର୍ୟ କି ଅନ୍ତିକ କିରଣ ସେ, ସୁର୍ୟ କି ପହେଲି କିରଣ ତକ୍ । ହିନ୍ଦୀ ନାଟକ ପରିବେଷଣ ହୋଇଥଲା ଉପସ୍ଥାପନା - ଝାଡ଼ଖଣ୍ଡ ସାଂସ୍କୃତିକ୍ ମଞ୍ଚ୍, ଜାମସେଦପୁର , ଝାରଖଣ୍ଡ ରଚନା - ସୁରେନ୍ଦ୍ର ବର୍ମା ,ନିର୍ଦ୍ଦେଶନା ଶିବଲାଲ ସାଗର ଥିଲା। ନାଟକ କଥାବସ୍ତୁ ପୁରାଣ ଯୁଗୀୟ ଅନେକ ଜୀବନଚର୍ଯା ସହିତ ଦଶମ ଶତାବ୍ଦୀର ରାଣୀ ଶିଲାବତୀ ଓ ରାଜା ଓକାକଙ୍କ କାହାଣୀ ଏ ନାଟକରେ ବର୍ଣ୍ଣିତ ଅଛି । ଏକ ପକ୍ଷରେ ସେ ସମୟର ପରିବର୍ତ୍ତନଶୀଳ ମୂଲ୍ୟବୋଧ ଅନୁସାରେ ଦାମ୍ପତ୍ୟ ତଥା ସାହଚର୍ଯ୍ୟର ଗଭୀର ଅନୁଶୀଳନ । ଅନ୍ୟ ପକ୍ଷରେ ଶାସକ ତଥା ଶାସନତନ୍ତ୍ରର ଅନୁରୂପ ବିଶ୍ଳେଷଣ । ସୁନ୍ଦର କାହାଣୀ, ନାଟକୀୟତା, କବିତାର ଭ୍ରମ ସୃଷ୍ଟି କରୁଥିବା ନାଟକୀୟ ଭାଷା, ଦ୍ୱନ୍ଦ୍ୱାତ୍ମକ ଚରିତ୍ର ନିର୍ମାଣ ଓ କମନୀୟ ତଥା ଗୋପନୀୟ ଦାମ୍ପତ୍ୟ ଜୀବନର ସୂକ୍ଷ୍ମ ପ୍ରତିଫଳନ । ଆଜି ଅନେକ ଏହି ନାଟକ ଉପଭୋଗ କରିଥଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande