ଆଗାମୀ ୨ ଦିନ ମଧ୍ୟରେ ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୱାର୍ଣ୍ଣିଂ : କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା
ଭୁବନେଶ୍ୱର, ୯ ଜାନୁଆରୀ (ହି.ସ.)- ଆଗାମୀ ୨ ଦିନ ମଧ୍ୟରେ ଘନ କୁହୁଡ଼ି ନେଇ୩ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ । ଏହି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସେସବୁ ସ୍ଥାନରେ
ଆଗାମୀ ୨ ଦିନ ମଧ୍ୟରେ ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୱାର୍ଣ୍ଣିଂ : କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା


ଭୁବନେଶ୍ୱର, ୯ ଜାନୁଆରୀ (ହି.ସ.)- ଆଗାମୀ ୨ ଦିନ ମଧ୍ୟରେ ଘନ କୁହୁଡ଼ି ନେଇ୩ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କନ୍ଧମାଳ ଏବଂ କୋରାପୁଟ । ଏହି ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସେସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ ।

ସେହିପରି ଆଗାମୀ ୨ଦିନ ମଧ୍ୟରେ ଓଡ଼ିଶାର ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, କଳାହାଣ୍ଡି ଏବଂ ଢ଼େଙ୍କାନାଳ ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି ।

ସେହିପରି ୧୧ ତାରିଖ ସକାଳ ୮ଟା ୩୦ରୁ ୧୨ ତାରିଖ ସକାଳ ୮ଟା ୩୦ ସୁଦ୍ଧା ସୁନ୍ଦରଗଡ଼, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ ଏବଂ ସମ୍ବଲପୁର ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande