ଖୋଲା ଆକାଶ ତଳେ ପ୍ରବଳ ଶୀତ ଓ କାକର ରେ ରାତି ସାରା ଧାରଣା ରେ ବସିଛନ୍ତି ଶତାଧିକ ଶିଶୁ , ମହିଳା
ନାରୀ ଓ ଶିଶୁ ସୁରକ୍ଷା ନେଇ ସରକାର ଓ ପ୍ରଶାସନ କେତେ ସଚେତନ ?
ନାରୀ ଓ ଶିଶୁ ସୁରକ୍ଷା ନେଇ ସରକାର ଓ ପ୍ରଶାସନ କେତେ ସଚେତନ ? ୧


ନାରୀ ଓ ଶିଶୁ ସୁରକ୍ଷା ନେଇ ସରକାର ଓ ପ୍ରଶାସନ କେତେ ସଚେତନ ?


ବୌଦ୍ଧ , 9 ଜାନୁଆରି (ହି.ସ.) ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଖୋଲା ଆକାଶ ତଳେ ପ୍ରବଳ ଶୀତ ଓ କାକର ରେ ରାତି ସାରା ଧାରଣା ରେ ବସିଛନ୍ତି ଶତାଧିକ ଶିଶୁ , ମହିଳା l ଅନ୍ୟପକ୍ଷରେ ଜିଲାପାଳଙ୍କ ସମତେ ଅନ୍ୟ ଅଧିକାରୀମାନେ ଦେଖି ଦେଖି ଯାଉଥିଲେ ବି କୌଣସି ପ୍ରତିକ୍ରିୟା ନାହିଁ , ସତେ ଯେପରି ନିଦା ବିଷ୍ଣୁ ପାଲଟି ଯାଇଛି ଜିଲା ପ୍ରଶାସନ l ନାରୀ ଓ ଶିଶୁ ସୁରକ୍ଷା ନେଇ ସରକାର ଓ ପ୍ରଶାସନ ଡିମଡ଼ିମି ପିଟୁଥିବା ବେଳେ ଏହାର ପ୍ରକୃତ ସ୍ୱରୂପ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ଦେଖିବାକୁ ମିଳିଛି l ଅନ୍ଧ ହୋଇଗଲା କି ? ଜିଲା ପ୍ରଶାସନ ବୋଲି କୋହ ଭରା କଣ୍ଠରେ ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ ଜୈନେକ ମହିଳା l ବୁଧବାର ଠାରୁ ପ୍ରବଳ ଶୀତ ଓ କାକର ରେ ରାତି ସାରା ଖୋଲା ଆକାଶ ତଳେ କୋମଳମତି ଶିଶୁଙ୍କୁ ଧରି ଧାରଣାରେ ବସିଛନ୍ତି ମହିଳାମାନେ l ଏହି ହାଡଭଙ୍ଗା ଶୀତରେ ଯଦି ଶିଶୁ କିମ୍ବା କୋଉ ମହିଳାଙ୍କ ମୃତ୍ୟୁ ହୋଇଯାଏ ତେବେ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିଛନ୍ତି ମହିଳା ଜଣକ l ଗଣଧାରଣା ଦେବା ପାଇଁ ପୂର୍ବରୁ ଜିଲା ପ୍ରଶାସନ ଓ ପୋଲିସ କୁ ଜଣାଇଥିଲେ ବି ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବା ପାଇଁ ପ୍ରଶାସନ ବାଧା ଦେଇଛି l ସାଧାରଣ ଟେଣ୍ଟ ମାରିବାକୁ ମଧ୍ୟ ପୋଲିସ ମନାକରିଦେଇଛି l ଫଳରେ ଖୋଲା ଆକାଶ ତଳେ ପ୍ରବଳ ଶୀତ ଓ କାକର ରେ ରାତି ସାରା ଶତାଧିକ ଶିଶୁ , ମହିଳା ଓ ପୁରୁଷ ମାନେ ଗଣଧାରଣରେ ବସିଛନ୍ତି l ଗୋହିରାପାଲି ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣ ଦିଆଯାଇଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ଗୋହିରାପାଲି ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି କୁ ନେଇ ବହୁଦିନ ହେଲା ଅଭିଯୋଗ ହୋଇଆସୁଛି l ଗୋହିରାପାଲି ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଦୁର୍ନୀତି ହୋଇ ଗ୍ରାମ ବାହାରର ଜଣେ ପ୍ରାର୍ଥନୀଙ୍କୁ ନିଯୁକ୍ତି ଦିଆଯାଇଛି । ସିଡିପିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମର ମହିଳାମାନେ ବାରମ୍ବାର ଅଭିଯୋଗ କରିଛନ୍ତି। ସେ ସମ୍ପର୍କରେ ପ୍ରଶାସନ କୌଣସି ତଦନ୍ତ କମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା


 rajesh pande