ଜୟପୁର, 9 ଜାନୁଆରି (ହି.ସ.)
ଜିଲ୍ଲା ମତ୍ସ୍ୟ ଅଧିକାରୀ ରବିନ୍ଦ୍ର ମରାଣ୍ତି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଆଜି ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ବଦଳରେ ଢେଙ୍କାନାଳର ଅତିରିକ୍ତ ମତ୍ସ୍ୟ ଅଧିକାରୀ ଭରତ ଭୂଷଣ ଜେ ଅଧିକାରୀଙ୍କୁ ନିଯୁକ୍ତି କରଯାଇଛି। ମାରାଣ୍ତି ମିଥ୍ୟାବିଲ କରିଥିବା ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ଚାଲିଥିଲା। ଶ୍ରୀ ମାରାଣ୍ତି ଗତ ଦିନରେ ଆକାଉଣ୍ଟରୁ ଉଠାଇଥିବା ୪ଲକ୍ଷ ୧୪ ହଜାର ୬୭୦ ଟଙ୍କାର ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ। କିପରି ଭାବେ ମତ୍ସ୍ୟ ଅଧିକାରୀ ଏହି ଟଙ୍କାକୁ କ୍ୟାସରେ ଉଠାଇଛନ୍ତି ତାକୁ ନେଇ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ସହ ତଦନ୍ତକାରି ଟିମ ଆଲୋଚନା କରିଥିଲେ। ମାରାଣ୍ତି ବେଆଇନ ଭାବେ ଟଙ୍କା ଉଠାଇଥିବା ସ୍ପଷ୍ଟ ହେବା ପରେ ଚାଷୀଙ୍କୁ ମାଛ ଦାନା ଓ ବିହନ ଜୋଗାଣ ନା ରେ କଳାହା ଜିଲ୍ଲା ଜୁନାଗଡର ଭେଣ୍ତରର ରସିଦରେ ଲକ୍ଷାଧିକ ଟଙ୍କା ହେରଫର ହୋଇଥିବାରୁ ଭେଣ୍ତରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା। ଏପରିକି ତଦନ୍ତକାରୀ ଦଳ ଜୟପୁର ବ୍ଲକର ଜୟନ୍ତଗିରି, ରଣ୍ତାପାଲି ପଞ୍ଚାୟତର କେରାପୁଟ, ଫାମ୍ପୁଣିର ଘିଉରୀ, ଏକମ୍ବା ଗାଁକୁ ଯାଇ ମତ୍ସ୍ୟ ଚାଷୀଙ୍କ ସାକ୍ଷାତ କରି ମାଛ ଚାଷ ବାବଦକୁ ମିଳୁଥିବା ଇନପୁଟ୍ ସବସିଡି ଓ ସାମଗ୍ରୀ କିଣା ବାବଦର ରାଶି ସ˚ପର୍କରେ ତଦନ୍ତ କରିଥିଲେ। ଏପରିକି ବିଭିନ୍ନ ଏସଏଚଜି ମାନଙ୍କୁ ଭେଟି ଦୁର୍ନିତି ବିଷୟରେ ଯାଞ୍ଚ କରିଥିଲେ। କଟକରୁ ଆସିଥିବା ଟିମ ଦେଇଥିବା ରିପୋର୍ଟକୁ ଭିତ୍ତି କରି ଗତ ୬ ତାରିଖରେ ରବିନ୍ଦ୍ର ମାରାଣ୍ତିଙ୍କୁ ନିଲମ୍ବିତ କରାଯାଇଛି। କଟକର ମୁଖ୍ୟ କାର୍ଯ୍ୟାଳୟରେ ତାଙ୍କୁ ନିଯୁକ୍ତି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ପବନ