ଭୁବନେଶ୍ୱର, 8 ଜାନୁଆରି (ହି.ସ.)- ଇଷ୍ଟକୋଷ୍ଟ ରେଲୱେରୱାଲଟିୟର ଡିଭିଜନ ନୂତନ ଭାବେ ଗଠିତ ଦକ୍ଷିଣତଟ ରେଲୱେ ଅଧିନକୁ ଚାଲିଯିବା ପରିପ୍ରେକ୍ଷୀରେ ଗଭୀର ଉଦ୍ବେଗ ପ୍ରକାଶ
କରି ପୂର୍ବତନ ପି.ସି.ସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ତଥ୍ୟଭିତ୍ତିକ ପତ୍ର ଲେଖିଛନ୍ତି । ଶ୍ରୀ ପଟ୍ଟନାୟକ
ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ,
ୱାଲଟିୟର ଡିଭିଜନ ମଧ୍ୟରେ ଆସୁଥିବା
ଓଡିଶାର ସମସ୍ତ ରେଳ ନେଟୱାର୍କ ଇଷ୍ଟକୋଷ୍ଟ ରେଳବାଇ ଅଧିନରେ ରହିବ କିନ୍ତୁ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ । ଏହି
ବିଭାଜନ ଫଳରେ ସମସ୍ତ ମୁଖ୍ୟ ରେଳ ନେଟୱାର୍କୱାଲଟିୟର ଡିଭିଜନ ରହିଯିବ । ଯାହାକି ଓଡିଶା ପ୍ରତି ଅନେକ କ୍ଷତି ପହଂଚାଇବ । ଇଷ୍ଟକୋଷ୍ଟ
ରେଲୱେକୁ ସଶକ୍ତ କରିବାରେ ୱାଲଟିୟର ଡିଭିଜନର ଏକ ପ୍ରମୁଖ ଭୂମିକା ଥିଲା । ଡିଜେଲ ଏବଂ ଇଲେକ୍ଟ୍ରି ଉଭୟ ପ୍ରକାର
ଇଂଜିନର ସହାୟତା ୱାଲଟିୟର ଡିଭିଜନରୁ ଇଷ୍ଟକୋଷ୍ଟ ରେଳବାଇକୁ ମିଳୁଥିଲା । ଏହା ମଧ୍ୟ ସତ୍ୟ ଯେ ୱାଲଟିୟର ଡିଭିଜନରୁ ଯେଉଁ ପ୍ରଚୁର
ରାଜସ୍ୱ ମିଳୁଥିଲା ତାହା ଆଉ ଇଷ୍ଟକୋଷ୍ଟକୁ ମିଳିବ ନାହିଁ । ଏହିପରି
ବିଭିନ୍ନ ପ୍ରକାରର କ୍ଷତିକୁ ନୂତନଭାବେ ଗଠିତ ରାୟଗଡା ଡିଭିଜନ କେବେ ହେଲେ ପୂରଣ କରିପାରିବ ନାହିଁ
। ତେଣୁ ୱାଲଟିୟର ଡିଭିଜନକୁ ସବୁକ୍ଷେତ୍ରରୁ ସଶକ୍ତ କରିବା ପାଇଁ ଯେଉଁ ପ୍ରକାର ନୀତି ଗ୍ରହଣ
କରାଯାଇଛି ଓଡିଶାର ସ୍ୱାର୍ଥକୁ ଆଖିରେ ରଖି ରାୟଗଡା ଡିଭିଜନ ପାଇଁ ମଧ୍ୟ ସେହି ନୀତି ଅବଲମ୍ବନ କରିବା
ଆବଶ୍ୟକ ।
ଆଜିସୁଦ୍ଧା ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଯଥା ବେଲପାହାଡ,
ବ୍ରଜରାଜନଗର, ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳବାଇ ଅଧିନରେ । ସେହିପରି ପ୍ରମୁଖ
ରେଳଷ୍ଟେସନ ଯଥା- ଝାରସୁଗୁଡା, ରାଉରକେଲା, ବୋଣ୍ଡମୁଣ୍ଡା,
ବଡବିଲ୍, ବାଲେଶ୍ୱର, ବାରିପଦା ଦକ୍ଷିଣ-ପୂର୍ବ ରେଳବାଇ ଅଧିନରେ ଅଛି । ତେଣୁ,
ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, କେନ୍ଦୁଝର ଜିଲ୍ଲାର ସମସ୍ତ
ରେଳଲାଇନକୁ ଯଥା ଶୀଘ୍ର ପୂର୍ବତଟ ରେଳବାଇ ଅଧିନକୁ ଆଣିବା ଆବଶ୍ୟକ । ଏଥିସହ କେନ୍ଦୁଝର ଜିଲ୍ଲାର
ନିମ୍ନୋକ୍ତ ରେଳଲାଇନ ଗୁଡିକୁ ଖଣିଜ ପରିବହନ ପାଇଁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି
। ସେଥି ପ୍ରତି ମଧ୍ୟ ଦୃଷ୍ଟିକୋଣ ଆବଶ୍ୟକ । ଯଥା- ଟାଙ୍ଗିରପାଳ
(ଯଖପୁରା-ବାଂଶପାଣି ଲାଇନ) - ଭଦ୍ରକ/କେନ୍ଦୁଆପଦା (କୋଲକାତା-ଚେନ୍ନାଇ ଲାଇନ୍), ବାଂଶପାଣି- ବଡବିଲ୍, ବୋଲାଣିଖାଦାନ-
କିରିବୁରୁ, ନୟାଗଡ- ବରସୁଆଁ।
ଓଡିଶା ଭାରତୀୟ ରେଳବାଇକୁ ଯେିତିକି ପରିମାଣରେ ରାଜସ୍ୱ ଦେଉଛି, ସେହି ଅନୁପାତରେ ଓଡିଶାକୁ ତାର ପ୍ରାପ୍ୟ ମିଳିବା ଉଚିତ । ରାୟଗଡା
ଡିଭିଜନ ନାମରେ ଏକ ନୂତନ ଡିଭିଜନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ୱାଲଟିୟର ଡିଭିଜନରୁ ଓଡିଶାର ପୂର୍ବୋକ୍ତ ସୁବିଧାକୁ ଅପସାରଣ କରିବା ଅନୁଚିତ ।
ଏ ସଂପର୍କରେ ରେଳମନ୍ତ୍ରୀ ବିଚାର କରିବାକୁ ଶ୍ରୀ ପଟ୍ଟନାୟକ
ଅନୁରୋଧ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ