ନୂଆଦିଲ୍ଲୀ, ୧୨ ଅକ୍ଟୋବର(ହି.ସ.) – କଂଗ୍ରେସ ରବିବାର ଦିନ ଅଭିଯୋଗ କରିଛି ଯେ ଭାଜପା ନେତୃତ୍ୱରେ ସରକାର ୨୦୧୯ରେ ସୂଚନା ଅଧିକାର ଅଧିନିୟମରେ ସଂଶୋଧନ କରି ଏହି ଆଇନ୍ର ମୂଳ ଭାବନାକୁ ଦୁର୍ବଳ କରିଛି।
ସୂଚନା ଅଧିକାର ଆଇନ୍କୁ ଲାଗୁ ହେବାର ଆଜି ୨୦ ବର୍ଷ ପୁରା ହୋଇଛି। ଆଇନ୍କୁ ୨୦୦୫ରେ କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର ଆଣିଥିଲା। ଏହି ଅବସରରେ ଆଜି କଂଗ୍ରେସ ପାର୍ଟି ପ୍ରେସ୍ବାର୍ତା କରିଛି।
ପାର୍ଟି ମହାସଚିବ ଜୟରାମ ରମେଶ ପ୍ରେସବାର୍ତାରେ କହିଛନ୍ତି ଯେ ପ୍ରଥମେ ଏହି ଆଇନ୍ ନାଗରିକ ଏବଂ ମିଡିଆକୁ ସରକାରୀ କାର୍ଯ୍ୟକ୍ରମରେ ପାରଦର୍ଶିତା ଏବଂ ସୂଚନା ପର୍ଯ୍ୟନ୍ତ ପହଂଚାଉଥିଲା, କିନ୍ତୁ ୨୦୧୯ ସଂଶୋଧନ ଏହାର ଶକ୍ତିକୁ ସୀମିତ କରିଦେଇଛି ଏବଂ ଜବାବରେ ପ୍ରଭାବ ପକାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି