ସିମଲାରେ ସୋନିଆଗାନ୍ଧୀ କଲେ ବୀରଭଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ , ରିଜ୍ ମୈଦାନରେ ଜମିଲା ଭିଡ଼
ସିମଲା ୧୩ ଅକ୍ଟୋବର (ହି.ସ.)- ରାଜଧାନୀ ଶିମଳାର ଐତିହାସିକ ରିଜ୍ ମୈଦାନରେ ସୋମବାର ଦିନ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଲୋକଙ୍କ ପ୍ରିୟ ନେତା ସ୍ୱର୍ଗୀୟ ବୀରଭଦ୍ର ସିଂହଙ୍କ ପ୍ରତିମୂର୍ତ୍ତିର ଏକ ଭବ୍ୟ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ କଂଗ୍ରେସରବରିଷ୍ଠ ନ
ସିମଲାରେ ସୋନିଆଗାନ୍ଧୀ କଲେ ବୀରଭଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ , ରିଜ୍ ମୈଦାନରେ ଜମିଲା ଭିଡ଼


ସିମଲା ୧୩ ଅକ୍ଟୋବର (ହି.ସ.)- ରାଜଧାନୀ ଶିମଳାର ଐତିହାସିକ ରିଜ୍ ମୈଦାନରେ ସୋମବାର ଦିନ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଲୋକଙ୍କ ପ୍ରିୟ ନେତା

ସ୍ୱର୍ଗୀୟ ବୀରଭଦ୍ର ସିଂହଙ୍କ ପ୍ରତିମୂର୍ତ୍ତିର

ଏକ ଭବ୍ୟ ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ କଂଗ୍ରେସରବରିଷ୍ଠ ନେତା ଏବଂ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ

ରିମୋଟ୍ ବଟନ୍ ଚିପି ବୀରଭଦ୍ର ସିଂହଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।ତାଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା , ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖ୍ୟୁ ,ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ, କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ୍, ଦୀପେନ୍ଦର ହୁଡା, ରାଜୀବ ଶୁକ୍ଳା, ରଜନୀ ପାଟିଲ ଏବଂ

ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ।

ଏହି ଐତିହାସିକ ମୁହୂର୍ତ୍ତ ମଧ୍ୟାହ୍ନ ୧୨ଟାରେ କିଛି ମିନିଟ ପୁର୍ବରୁ

ଆସିଥିଲା ,​​ଯେତେବେଳେ ସୋନିଆ ଗାନ୍ଧୀ ବୀରଭଦ୍ର ସିଂହଙ୍କ ପ୍ରାୟ ନଅ ଫୁଟ ଉଚ୍ଚ

ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ପ୍ରତିମାର ଉନ୍ମୋଚନ ପରେ ସୋନିଆ ଗାନ୍ଧୀ

ବୀରଭଦ୍ର ସିଂହଙ୍କ ଜୀବନ ଏବଂ କାର୍ଯ୍ୟକୁ ଡକ୍ୟୁମେଣ୍ଟେଟ୍ କରୁଥିବା ଏକ ଫଟୋ ପ୍ରଦର୍ଶନୀ ମଧ୍ୟ

ଉଦଘାଟନ କରିଥିଲେ। ରିଜ୍ ମୈଦାନ ସମର୍ଥକମାନଙ୍କରେ ପରିପୂର୍ଣ୍ଣ ଥିଲା। ହଜାର ହଜାର ସଂଖ୍ୟାରେ

ଲୋକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ପହଁଞ୍ଚିଥିଲେ।କାର୍ଯ୍ୟକ୍ରମରେ ପାରମ୍ପରିକ ନାଟି

ପରିବେଷଣ ପରିବେଶକୁ ଆହୁରି ଉତ୍ସବମୁଖୀ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande