ଗୁୱାହାଟୀ, ୧୩ ଅକ୍ଟୋବର
(ହି.ସ.)-ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲାରେ ଚାଲିଥିବା
ତଦନ୍ତ ପାଇଁ ସିଙ୍ଗାପୁରରୁ ଆସିଥିବା ପାଞ୍ଚ ଜଣ ପ୍ରବାସୀ ଆସାମୀୟାନାଗରିକଙ୍କ ମଧ୍ୟରୁ ତିନି- ଜଳଙ୍ଗସାତ୍ ନାର୍ଜାରୀ, ପରିକ୍ଷିତ ଶର୍ମା ଏବଂ ସିଦ୍ଧାର୍ଥ ବୋରା - ଆଜି ସକାଳେ
ସିଆଇଡି କାର୍ଯ୍ୟାଳୟରେ
ପହଞ୍ଚିଛନ୍ତି।ସୂତ୍ର ଅନୁସାରେସ୍ୱତନ୍ତ୍ର ତଦନ୍ତ
ଦଳ (ଏସଆଇଟି) ଆଜି ଏହି ପାଞ୍ଚ ଜଣଙ୍କୁ ପଚରାଉଚରା କରିବ। ବାକି ଦୁଇ
ପ୍ରବାସୀ - ସୁସ୍ମିତା ଗୋସ୍ୱାମୀ ଏବଂ ଦେବଜିତ ହାଜରିକା - ମଧ୍ୟ ଖୁବ୍ ଶୀଘ୍ର ସିଆଇଡି କାର୍ଯ୍ୟାଳୟରେ
ପହଞ୍ଚିବେ।ବିଶ୍ୱାସ କରାଯାଉଛି ଯେ ପଚରାଉଚରା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ କାରଣ ଏହି ପାଞ୍ଚ
ଜଣ ଜୁବୀନ ଗର୍ଗଙ୍କ ସହିତ ୟାଟ୍ ପାର୍ଟିରେ ଉପସ୍ଥିତ ଥିଲେ ଏବଂ ଘଟଣାର ପ୍ରତ୍ୟକ୍ଷଦର୍ଶୀ।ଉଲ୍ଲେଖନୀୟ
ଯେ ଏହା ପୂର୍ବରୁ ଜଣେ ଆସାମୀ ପ୍ରବାସୀ ନାଗରିକଙ୍କୁ ଏସଆଇଟି
ପୁର୍ବରୁ ପଚରାଉଚରା କରିସାରିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା