ଭାରତରେ ଜାହାଜ ନିର୍ମାଣର ପୁନରୁଦ୍ଧାର
ନୂଆଦିଲ୍ଲୀ, 14 ଅକ୍ଟୋବର (ହି.ସ.) ପରମ୍ପରା ଏବଂ ପ୍ରଯୁକ୍ତି ମାଧ୍ୟମରେ ଭାରତର ଜାହାଜ ନିର୍ମାଣ ପରିଦୃଶ୍ୟ ବିଶ୍ବସ୍ତରରେ ମାନ୍ୟତା ହାସଲ କରିବାକୁ ଯାଉଛି। ଭାରତରେ ସିନ୍ଧୁ ସଭ୍ୟତା କାଳରୁ ଜାହାଜ ନିର୍ମାଣ ଏବଂ ଜଳପଥରେ ବାଣିଜ୍ୟର ପରମ୍ପରା ରହିଆସିଛି। ଭାରତର ଜାହାଜ ନିର୍ମାଣ କ୍ଷେତ୍ର ଦୃଢ଼ ଆର୍ଥିକ
ଭାରତରେ ଜାହାଜ ନିର୍ମାଣର ପୁନରୁଦ୍ଧାର


ନୂଆଦିଲ୍ଲୀ, 14 ଅକ୍ଟୋବର (ହି.ସ.) ପରମ୍ପରା ଏବଂ ପ୍ରଯୁକ୍ତି ମାଧ୍ୟମରେ ଭାରତର ଜାହାଜ ନିର୍ମାଣ ପରିଦୃଶ୍ୟ ବିଶ୍ବସ୍ତରରେ ମାନ୍ୟତା ହାସଲ କରିବାକୁ ଯାଉଛି। ଭାରତରେ ସିନ୍ଧୁ ସଭ୍ୟତା କାଳରୁ ଜାହାଜ ନିର୍ମାଣ ଏବଂ ଜଳପଥରେ ବାଣିଜ୍ୟର ପରମ୍ପରା ରହିଆସିଛି। ଭାରତର ଜାହାଜ ନିର୍ମାଣ କ୍ଷେତ୍ର ଦୃଢ଼ ଆର୍ଥିକ ପ୍ରଭାବ ସୃଷ୍ଟି କରେ; ପ୍ରତ୍ୟେକ ନିବେଶ 6.4 ଗୁଣ ନିଯୁକ୍ତି ବୃଦ୍ଧି କରେ ଏବଂ 1.8 ଗୁଣ ପୁଞ୍ଜି ଲାଭ ପ୍ରଦାନ କରେ, ଯାହା ଅଭିବୃଦ୍ଧି ଓ ବିକାଶକୁ ଚାଳିତ କରିବାର ଶକ୍ତି ପ୍ରଦର୍ଶନ କରେ। ଏହି ଶିଳ୍ପ ଦୂରଦୂରାନ୍ତ, ଉପକୂଳ ଏବଂ ଗ୍ରାମାଞ୍ଚଳରେ ବୃହତ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ରଖିଛି। ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ଆଗକୁ ବଢ଼ାଇବାରେ ଏହାର ବିକାଶ ଏବଂ ପ୍ରୋତ୍ସାହନକୁ ଏକ ପ୍ରମୁଖ ବାହକ ଭାବରେ ପ୍ରାଥମିକତା ଦିଆଯାଉଛି।

ସ୍ୱାଧୀନତା ପରେ, ଜାହାଜ ନିର୍ମାଣ ମୁଖ୍ୟତଃ ସରକାରୀ କ୍ଷେତ୍ର ୟୁନିଟଗୁଡ଼ିକରେ କେନ୍ଦ୍ରିତ ଥିଲା। ଗତ ଦଶନ୍ଧି ମଧ୍ୟରେ, ଏହି କ୍ଷେତ୍ରରେ ଘରୋଇ ଜାହାଜ କମ୍ପାନୀଙ୍କ ପ୍ରବେଶ ସହିତ, ଭାରତର ଜାହାଜ ଏବଂ ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । କ୍ରୁଜ୍ ପର୍ଯ୍ୟଟନ, ଆଭ୍ୟନ୍ତରୀଣ ଜଳ ପରିବହନ ଏବଂ ବନ୍ଦର ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଘଟିଛି। ନଭେମ୍ବର 2024 ସୁଦ୍ଧା, ଭାରତରେ 1552ଟି ଜାହାଜ ରହିଛି ଯାହାର ମୋଟ୍ ଟନେଜ୍ 13.65 ନିୟୁତ ଟନ୍।

ସରକାର ଜାହାଜ ନିର୍ମାଣ ଆର୍ଥିକ ସହାୟତା ନୀତି ଜରିଆରେ ସବୁଜ ଇନ୍ଧନ କିମ୍ବା ହାଇବ୍ରିଡ୍ ପ୍ରପଲ୍ସନ ସିଷ୍ଟମ ବ୍ୟବହାର କରିବା ଲାଗି 20-30 ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଆରଓଏଫଆର ଯୋଜନା ଜରିଆରେ ଜାହାଜ ଅଧିଗ୍ରହଣ ପାଇଁ ସରକାରୀ ଟେଣ୍ଡରରେ ଭାରତୀୟ ଜାହାଜ କାରଖାନାଗୁଡ଼ିକୁ ପ୍ରାଥମିକତା ମିଳିଥାଏ। 200 କୋଟିରୁ କମ ମୂଲ୍ୟର ଜାହାଜକୁ ଭାରତୀୟ ଶିପୟାର୍ଡରୁ କିଣିବାକୁ ପ୍ରାଥମିକତା ଦିଆଯାଉଛି। ଗ୍ରିନ ଟଗ୍ ଟ୍ରାଞ୍ଜିସନ କାର୍ଯ୍ୟକ୍ରମରେ ଅଙ୍ଗାରକାମ୍ଳ ହ୍ରାସ ପାଇଁ ଟଗବୋଟ୍ ଅପରେସନକୁ ପ୍ରୋତ୍ସାହନ ଦିଆଯାଉଛି। ହରିତ ନୌକା ମାର୍ଗଦର୍ଶିକାରେ ଅନ୍ତର୍ଦେଶୀୟ ଜାହାଜ ପାଇଁ ସବୁଜ ପ୍ରଯୁକ୍ତିର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରାଯାଉଛି। ରଣନୀତିକ ସହଭାଗୀତା, ଭିତ୍ତିଭୂମି ବିସ୍ତାର ଏବଂ ଆର୍ଥିକ ସହଯୋଗ ମାଧ୍ୟମରେ ଭାରତ ଏହାର ଜାହାଜ ନିର୍ମାଣ ଓ ସାମୁଦ୍ରିକ କ୍ଷମତାକୁ ଆଗକୁ ବଢ଼ାଉଛି। ଏହି ପ୍ରୟାସଗୁଡ଼ିକର ଲକ୍ଷ୍ୟ ଘରୋଇ ଉତ୍ପାଦନକୁ ସୁଦୃଢ଼ କରିବା, ବିଦେଶୀ ନୌବହର ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସମଗ୍ର କ୍ଷେତ୍ରରେ ଦୀର୍ଘସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା।

24,736 ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା ମାଧ୍ୟମରେ ଘରୋଇ ଜାହାଜ ଚଳାଚଳ କ୍ଷମତା ଏବଂ ସାମୁଦ୍ରିକ ନବସୃଜନକୁ ପ୍ରୋତ୍ସାହନ ଦିଆଯାଉଛି।

ସାମୁଦ୍ରିକ ବିକାଶ ଯୋଜନାରେ 25,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ଭାରତର ଏକ୍ଜିମ ବାଣିଜ୍ୟକୁ ସୁଦୃଢ଼ କରିବା।

ଜାହାଜ ନିର୍ମାଣ ବିକାଶ ଯୋଜନାରେ 19,989 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଉନ୍ନତ ଭିତ୍ତିଭୂମି, ସୁରକ୍ଷା ପଦକ୍ଷେପ ଏବଂ ବିପଦ ପରିଚାଳନା ମାଧ୍ୟମରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦୀର୍ଘକାଳୀନ ସହାୟତା ଯୋଜନା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande