ଭାରତର ଟେଷ୍ଟ ସିରିଜ ବିଜୟ ପରେ ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଭାରତର ଟେଷ୍ଟ ସିରିଜ ବିଜୟ ପରେ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୱେଷ୍ଟ ଇଣ୍ଡିଜ ବିରୋଧରେ ଭାରତୀୟ ଦଳକୁ ଟେଷ୍ଟ ସିରିଜ୍‌ ବିଜୟ ଉପଲକ୍ଷେ ହାର୍ଦ
ଭାରତର ଟେଷ୍ଟ ସିରିଜ ବିଜୟ ପରେ ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 14 ଅକ୍ଟୋବର (ହି.ସ.)- ଭାରତର ଟେଷ୍ଟ ସିରିଜ ବିଜୟ ପରେ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୱେଷ୍ଟ

ଇଣ୍ଡିଜ ବିରୋଧରେ ଭାରତୀୟ ଦଳକୁ ଟେଷ୍ଟ ସିରିଜ୍‌ ବିଜୟ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ। ଦଳର

ଉତ୍କୃଷ୍ଟ ପ୍ରଦର୍ଶନ, ଧୈର୍ଯ୍ୟ ଓ ଅତୁଟ ସଂକଳ୍ପ ପୁଣି ଥରେ

ଦେଶକୁ ଗର୍ବିତ କରିଛି।

ଏହି ସିରିଜ୍ ବିଜୟ ଭାରତୀୟ କ୍ରିକେଟର ଶକ୍ତି, ଗଭୀରତା ଓ ଦଳୀୟ ମନୋଭାବର

ପ୍ରତିବିମ୍ବ। ଏହି ଦଳ ଆଜି ଲକ୍ଷାଧିକ ଲୋକଙ୍କୁ ପ୍ରେରଣା ଦେଉଛି।

ସମସ୍ତ ଖେଳାଳି ଓ ସହଯୋଗୀ ଟିମ୍ ସଦସ୍ୟଙ୍କୁ ଆଗାମୀ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଅଧିକ ସଫଳତା

ପାଇଁ ଶୁଭେଚ୍ଛା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande