ଇ କେୱାଇସି କରିନଥିଲେ ଚାଉଳ ବନ୍ଦ - ମନ୍ତ୍ରୀ
ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ.)- ରାସନ କାର୍ଡର ଇ କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି, ଏବେ ବି ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି କରିନାହାନ୍ତି। ଆଉ ସମୟ ନାହିଁ। ଏବେ ବି କେୱାଇସି
ଇ କେୱାଇସି କରିନଥିଲେ ଚାଉଳ ବନ୍ଦ - ମନ୍ତ୍ରୀ


ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ.)- ରାସନ କାର୍ଡର ଇ କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ। ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି, ଏବେ ବି ରାଜ୍ୟର ୧୫ ଲକ୍ଷ ୬୭ ହଜାର ହିତାଧିକାରୀ କେୱାଇସି କରିନାହାନ୍ତି। ଆଉ ସମୟ ନାହିଁ। ଏବେ ବି କେୱାଇସି କରିନଥିବା ଲୋକଙ୍କୁ ଚାଉଳ ପଠାଯାଉଛି। ତାକୁ ବନ୍ଦ କରିଦିଆଯିବ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, ଯେଉଁମାନେ କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ। କେନ୍ଦ୍ର ସରକାରଇ -କେୱାଇସି ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ। ଯଦି କିଏ ବାଦ୍ ରହିଯାଇଥିବ ସେମାନେ ଲିଖିତ ଭାବେ ଦେଲେ ତାଙ୍କ କଥା ବିଚାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande