ଜାତୀୟ ଦିବସ ପାଳନ ବେଳେ ଅନୁପସ୍ଥିତ ରହୁଛନ୍ତି ସରକାରୀ କର୍ମଚାରୀ
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ବିଭିନ୍ନ ଜାତୀୟ ଦିବସ ପାଳନ ସମୟରେ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ମାନେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି । ଗାନ୍ଧୀ ଜୟନ୍ତୀ, ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଶିଶୁ ଦିବସ, ଗୁରୁ ଦିବସ, ସୁବାଷ ବୋଷ ଜ
ଜାତୀୟ ଦିବସ ପାଳନ ବେଳେ ଅନୁପସ୍ଥିତ ରହୁଛନ୍ତି ସରକାରୀ କର୍ମଚାରୀ


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ବିଭିନ୍ନ ଜାତୀୟ ଦିବସ ପାଳନ ସମୟରେ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ସରକାରୀ କାର୍ଯ୍ୟାଳୟର କର୍ମଚାରୀ ମାନେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି । ଗାନ୍ଧୀ ଜୟନ୍ତୀ, ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଶିଶୁ ଦିବସ, ଗୁରୁ ଦିବସ, ସୁବାଷ ବୋଷ ଜୟନ୍ତୀ ଆଦି ବିଭିନ୍ନ ଜାତୀୟ ଦିବସ ଗୁଡିକ ସମସ୍ତ ସରକାରୀ ବିଦ୍ୟାଳୟ, କାର୍ଯ୍ୟାଳୟରେ ପାଳନ ହେବାର ବିଧି ବ୍ୟବସ୍ଥା ରହିଛି । ଏପରିସ୍ଥଳେ ବିଭିନ୍ନ ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟରେ ଅଭ୍ୟାସଗତ ଭାବେ ଶିକ୍ଷକ ଓ କର୍ମଚାରୀ ମାନେ ଜାତୀୟ ଦିବସ ପାଳନରେ ଅନୁପସ୍ଥିତ ରହୁଥିବା ଜଣାଯାଇଛି । ଏସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ଅବଗତ ଥିଲେ ମଧ୍ୟ ସମ୍ପୃକ୍ତ ଶିକ୍ଷକ ଓ କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଜଣାଯାଇଛି । ଅପରପକ୍ଷେ କିଛି ଶିକ୍ଷକ ଓ କର୍ମଚାରୀ ମାନେ ଅଭ୍ୟାସଗତ ଭାବେ କାର୍ଯ୍ୟ ଦିବସରେ ସ୍ୱଳ୍ପ ଓ ଦୀର୍ଘ ଦିନ ଅନୁପସ୍ଥିତ ରହି ରେକର୍ଡରେ ଉପସ୍ଥିତ ଦର୍ଶାଇ ଦରମା ନେଉଥିବା ଅଭିଯୋଗ ହେଉଛି । କେତେକ ସରକାରୀ ଶିକ୍ଷକ କୋଚିଙ୍ଗ ସେଂଟର ଖୋଲି ଖୁଲମଖୁଲା ମୋଟା ଅଙ୍କର ରୋଜଗାର କରିବା ସହିତ ବିଭିନ୍ନ ଠିକାଦାରୀ କାର୍ଯ୍ୟ କରୁଥିବା ଜଣାଯାଇଛି । କେତେକ ବିଦ୍ୟାଳୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ଅର୍ଥକୁ ବିଭିନ୍ନ ଉପାୟରେ ହରିଲୁଟ କରୁଥିବା ଖବର ମିଳିଛି । ଏଥିସହିତ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଦର୍ଶାଇ ମଧ୍ୟାହ୍ନ ଭୋଜନ ଅର୍ଥ ହରିଲୁଟ ହେଉଥିବା ଅଭିଯୋଗ ହୋଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande