ସୁଶୀଳାଦେଇପୁର ପ୍ରାଥମିକ ବିଦ୍ୟାଳୟରେ ସୁରଭି -୨୦୨୫
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ବୀଣାପାଣି ଆଂଚଳିକ ସାଧନ କେନ୍ଦ୍ରସ୍ଥ ସୁଶୀଳାଦେଇପୁର ପ୍ରାଥମିକ ବିଦ୍ୟାଳୟ ଠାରେ ସୁରଭି -୨୦୨୫ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବାରଟି ବିଦ୍ୟାଳୟରୁ ୨୨୩ ଜଣ ଛାତ୍ର ଛାତ୍ରୀ ଯୋଗ ଦେଈ ବିଭିନ୍ନ ପ୍ରତିଯୋଗିତାରେ ପାରଙ୍ଗମତା ହାସଲ କରିଥିଲେ। ମୁଖ୍ୟ ଅତିଥି
SUSHILADEIPUR SURAVI - 2025


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ବୀଣାପାଣି ଆଂଚଳିକ ସାଧନ କେନ୍ଦ୍ରସ୍ଥ ସୁଶୀଳାଦେଇପୁର ପ୍ରାଥମିକ ବିଦ୍ୟାଳୟ ଠାରେ ସୁରଭି -୨୦୨୫ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବାରଟି ବିଦ୍ୟାଳୟରୁ ୨୨୩ ଜଣ ଛାତ୍ର ଛାତ୍ରୀ ଯୋଗ ଦେଈ ବିଭିନ୍ନ ପ୍ରତିଯୋଗିତାରେ ପାରଙ୍ଗମତା ହାସଲ କରିଥିଲେ। ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ, ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷା ପ୍ରଶିକ୍ଷକ ପ୍ରଫୁଲ୍ଲ କୁମାର ଗୋଛାୟତ, ସମ୍ମାନିତ ଅତିଥି ଗଣେଶ ଚନ୍ଦ୍ର ପଣ୍ଡା, ଦାମୋଦର ମହାକୁଡ଼, ସୁଶାନ୍ତ ମିଶ୍ର, ବଂଶୀଧର ପାଣିଗ୍ରାହୀ ବିଚାରକ ଭାବେ ଦେବଦତ ପଣ୍ଡା, ଦୀପକ ନାୟକ, ସତ୍ୟ ନାରାୟଣ ବେହେରା, ସୁଶାନ୍ତ ରାଉତ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଉଭୟ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀପକ କୁମାର ଜେନା ଓ ତପନ କୁମାର ନାୟକ ଓ ପୁରାତନ ଛାତ୍ର ଅଭିମନ୍ୟୁ ସିଂ, ମାନସ ମିଶ୍ର, ଦେବେନ୍ଦ୍ର ବାରିକ, ଚନ୍ଦ୍ରକାନ୍ତ ଶୁକ୍ଳ ପରିଚାଳନା କରିଥିଲେ, ସର୍ବଶେଷରେ ସି. ଆର. ସିସି ପିତାମ୍ବର ମିଶ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande