ଏସ୍‌ସି ଲଗାଇବାବେଳେ ଛାତରୁ ଖସି ଯୁବକଙ୍କ ମୃତ୍ୟୁ
ବାରିପଦା, ୧୬ ଅକ୍ଟୋବର(ହି.ସ.) – ବାରିପଦା ପୌର ପରିଷଦର ଭଞ୍ଜପୁର ଅଂଚଳରେ ଏସ୍‌ସି ଲଗାଇବାବେଳେ ଛାତ ଉପରୁ ଯୁବକ ଜଣଙ୍କ ଖସି ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କପ୍ତିପଦାର ନିଶିକାନ୍ତ ରାୟ(୧୮)। ସେ ବାରିପଦାର ବାରୁଣୀ ରୋଡ଼ ସ୍ଥିତ ଏଲଜି କମ୍ପାନୀ ସର୍ଭିସ ସେଂଟରରେ କାର୍ଯ୍ୟ କରନ୍ତି। ଭଞ୍ଜପୁରର ଯମୁନ
ଏସ୍‌ସି ଲଗାଇବାବେଳେ ଛାତରୁ ଖସି ଯୁବକଙ୍କ ମୃତ୍ୟୁ


ବାରିପଦା, ୧୬ ଅକ୍ଟୋବର(ହି.ସ.) – ବାରିପଦା ପୌର ପରିଷଦର ଭଞ୍ଜପୁର ଅଂଚଳରେ ଏସ୍‌ସି ଲଗାଇବାବେଳେ ଛାତ ଉପରୁ ଯୁବକ ଜଣଙ୍କ ଖସି ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ କପ୍ତିପଦାର ନିଶିକାନ୍ତ ରାୟ(୧୮)। ସେ ବାରିପଦାର ବାରୁଣୀ ରୋଡ଼ ସ୍ଥିତ ଏଲଜି କମ୍ପାନୀ ସର୍ଭିସ ସେଂଟରରେ କାର୍ଯ୍ୟ କରନ୍ତି। ଭଞ୍ଜପୁରର ଯମୁନାଦେଇପୁର ଅଂଚଳରେ ସୁମନ ଅଗ୍ରୱାଲଙ୍କ ଘରେ ଏସ୍‌ସି ଇନଷ୍ଟଲ କରୁଥିଲେ। ଛାତରେ କାର୍ଯ୍ୟ କରୁଥିବାବେଳେ ଅସାବଧାନତା କାରଣରୁ ତଳକୁ ଖସି ପଡ଼ିଥିଲେ। ଯାହା ଫଳରେ ତାଙ୍କ ମୁଣ୍ଡରେ ମାଡ଼ ହେଇ ରକ୍ତସ୍ରାବ ହୋଇଥିଲା। ଗୁରୁତ୍ୱର ଅବସ୍ଥାରେ ପିଆର୍‌ଏମ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏହାପରେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସର୍ଭିସ ସେଂଟର ପରିଚାଳକ ତାଙ୍କର ଚିକିତ୍ସା ନେଇ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେଥିରେ ଠିକ୍ ଭାବେ ମନନିବେଶ ନକରିବାରୁ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପରିବାର ଲୋକେ ସର୍ଭିସ ସେଂଟର ପରିଚାଳକଙ୍କ ନାମରେ ଭଞ୍ଜପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande