ଅଡାଳପଙ୍କ ସ୍କୁଲରେ ସୁରଭି କାର୍ଯ୍ୟକ୍ରମ
ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଆଡିଆ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଜି ଆଡାଳପଙ୍କସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆୟୋଜିତ ସଚେତନତା ସଭାକୁ ପ୍ରଧାନଶିକ୍ଷକ ପିତବାସ ଜେନା ଅଧ୍ୟକ୍ଷତା କରିଥିବା ବେଳେ ସାଧନ କେନ୍ଦ୍ର ସଂଯୋ
Adalapanka school suravi karya karma


ଭଦ୍ରକ, ୧୬ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଆଡିଆ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଜି ଆଡାଳପଙ୍କସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆୟୋଜିତ ସଚେତନତା ସଭାକୁ ପ୍ରଧାନଶିକ୍ଷକ ପିତବାସ ଜେନା ଅଧ୍ୟକ୍ଷତା କରିଥିବା ବେଳେ ସାଧନ କେନ୍ଦ୍ର ସଂଯୋଜକ ଗୌତମ କୁମାର ଭୂୟାଁ ମଚଂ ସଚାଂଳନ କରିଥିଲେ । ଏଥିରେ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ଭାଗିରଥୀ ପାତ୍ର,ସଂକଟ ତାରିଣୀ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର କର, ଜିରିଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୟାଧର ଦାସ,ସୁବେର୍ଣ୍ଣଶ୍ୱର ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଧାକର ବଳ, କୃପାସିନ୍ଧୁ ଉଚ୍ଚ ବିଦ୍ୟାପୀଠର ପରିଚାଳନା କମିଟି ଅଧ୍ୟକ୍ଷ ସମାଜସେବୀ ମଧୁସୂଦନ ଶଙ୍ଖୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସରକାରଙ୍କ ସୁରଭି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସୁ ଗୁଣର ଅଧିକାରୀ କରାଉଛି ବୋଲି କହିଥିଲେ । ଏହି ଅବସରରେ କ୍ଲଷ୍ଟର ଅଧିନ ୧୨ ଗୋଟି ସ୍କୁଲର ୨ ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ୨୬ ଗୋଟି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା । ହୃଷିକେଷ ମିଶ୍ର, ଲାଲମୋହନ ପୁହାଣ, ଉମାକାନ୍ତ ରାଉତ, ଭାଗିରଥି ସେଠୀ, ନାରାୟଣ ରାଉତ, ସିଦ୍ଧେଶ୍ୱର ପଣ୍ଡା ବିଚାରକ ଭାବେ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ଅତିଥି ମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଆଶାଲତା ରାଜ୍‌, ବନଲତା ଦାସ, ସସ୍ମିତା ଦାସ, ପ୍ରାଚୀପ୍ରଭା ନାୟକ, ସୁଷମା ମଲ୍ଲିକ୍‌, ଲୀନାରାଣୀ ସାହୁ, ଜାନକୀ ପାଲ୍‌, ଆଲୋକ ରଞ୍ଜନ ମୁଖାର୍ଜି,ସୁରେଶ ଚନ୍ଦ୍ର ବେହେରା, ଜଳଧର ସେଠୀ,ପୁରୁମି ବାନାରା, ମହେଶ ସାହୁ, ଶ୍ରୀକାନ୍ତ ନାୟକ, ସ୍ନେହଲତା କର, ସନ୍ଧ୍ୟାରାଣୀ ସାହୁ, ଜଗନ୍ନାଥ ନାୟକ, କମଳାକାନ୍ତ ବିଶ୍ୱାଳ, ସୁରେଶ ଚନ୍ଦ୍ର ବେହେରା, ବିଣାପାଣୀ ବେହେରା, ମହିମା ରାଉତ୍‌, ମହେଶ୍ୱର ଜେନା, ଝିଲ୍ଲି ରାଉତ, ମନ୍ମଥ ଜେନା,ଜିତା ମଲ୍ଲିକ୍‌, ଅନିତା ମୁଦୁଲି,ପ୍ରକାଶ ଚନ୍ଦ୍ର ସାହୁ ସହଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande