ପ୍ରଧାନମନ୍ତ୍ରୀ କୁର୍ଣ୍ଣୁଲରେ ପହଞ୍ଚିଲେ, ଶ୍ରୀଶୈଳମରେ ଭଗବାନ ମଲ୍ଲିକାର୍ଜୁନଙ୍କୁ ପୂଜା କଲେ
ଶ୍ରୀଶୈଳମ ୧୬ଅକ୍ଟୋବର (ହି.ସ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆନ୍ଧ୍ରପ୍ରଦେଶର ଦିନିକିଆ ଗସ୍ତରେ କୁର୍ଣ୍ଣୁଲରେ ପହଞ୍ଚିଲେ। ପ୍ରଧାନମନ୍ତ୍ରୀ ପ୍ରଥମେ ଶ୍ରୀଶୈଳମରେ ଅବସ୍ଥିତ ମନ୍ଦିରରେ ଭଗବାନ ଭ୍ରାମରାମ୍ବା ଏବଂ ମଲ୍ଲିକାର୍ଜୁନଙ୍କୁ ଦର୍ଶନ କରି ପୁଜାର୍ଚ୍ଚନା କରିଥିଲେ।।ପ୍ରଧାନମନ୍ତ୍ର
ପ୍ରଧାନମନ୍ତ୍ରୀ କୁର୍ଣ୍ଣୁଲରେ ପହଞ୍ଚିଲେ, ଶ୍ରୀଶୈଳମରେ ଭଗବାନ ମଲ୍ଲିକାର୍ଜୁନଙ୍କୁ ପୂଜା କଲେ


ଶ୍ରୀଶୈଳମ ୧୬ଅକ୍ଟୋବର (ହି.ସ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଆନ୍ଧ୍ରପ୍ରଦେଶର ଦିନିକିଆ ଗସ୍ତରେ କୁର୍ଣ୍ଣୁଲରେ ପହଞ୍ଚିଲେ। ପ୍ରଧାନମନ୍ତ୍ରୀ ପ୍ରଥମେ ଶ୍ରୀଶୈଳମରେ ଅବସ୍ଥିତ ମନ୍ଦିରରେ ଭଗବାନ ଭ୍ରାମରାମ୍ବା ଏବଂ ମଲ୍ଲିକାର୍ଜୁନଙ୍କୁ ଦର୍ଶନ କରି ପୁଜାର୍ଚ୍ଚନା କରିଥିଲେ।।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୧୧ଟାରେ କୁର୍ଣ୍ଣୁଲ ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ରାଜ୍ୟପାଳ ନଜିର ,ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସହିତ ଏକ ସାମରିକ ହେଲିକ୍ୟାପ୍ଚରରେ ଶ୍ରୀସୈଲମ ପହଁଞ୍ଚିଥିଲେ।ସେ ଶ୍ରୀଶୈଳମ ଭ୍ରାମରାମ୍ବା ଅତିଥି ଭବନ ପରିଦର୍ଶନ କରିଥିଲେ ଏବଂ କିଛି ସମୟ ବିଶ୍ରାମ ନେବା ପରେ ଶ୍ରୀ ଭ୍ରାମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ବରଲା ଦେବସ୍ଥାନମରେ ମଲ୍ଲିକାର୍ଜୁନ ସ୍ୱାମୀଙ୍କୁ ବିଶେଷ ପୁଜାର୍ଚ୍ଚନା କରିଥିଲେ। ମନ୍ଦିରରେ ପୂଜାରୀ ଏବଂ ମନ୍ଦିର ଅଧିକାରୀମାନେ ତାଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରିଥିଲେ। ମୋଦି ଭଗବାନ ମଲ୍ଲିକାର୍ଜୁନଙ୍କୁ ପଞ୍ଚାମୃତ (ପଞ୍ଚ ଅମୃତ) ସହିତ ରୁଦ୍ରାଭିଷେକ କରିଥିଲେ। ଏଠାରେ ପୂଜା ପରେପ୍ରଧାନମନ୍ତ୍ରୀ ଶିବାଜୀ ପ୍ରେରଣା କେନ୍ଦ୍ର ପରିଦର୍ଶନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande