ଟ୍ରମ୍ପଙ୍କ ବିବୃତ୍ତି ଉପରେ ରାହୁଲ କହିଲେ-ପ୍ରଧାନମନ୍ତ୍ରୀ କେଉଁ କଥାକୁ ଭୟ
ନୂଆ ଦିଲ୍ଲୀ ୧୬ଅକ୍ଟୋବର (ହି.ସ.)- କଂଗ୍ରେସର ପୁର୍ବ ଅଧ୍ୟକ୍ଷ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ ବୋଲି ବୟାନକୁ ସମାଲୋଚନା କରି କହିଛନ୍ତି ଯେ ଏହା ଭାରତର ବୈଦେଶିକ ନୀତି ଉପରେ ପ୍
ଟ୍ରମ୍ପଙ୍କ ବିବୃତ୍ତି ଉପରେ ରାହୁଲ କହିଲେ-ପ୍ରଧାନମନ୍ତ୍ରୀ କେଉଁ କଥାକୁ ଭୟ


ନୂଆ ଦିଲ୍ଲୀ ୧୬ଅକ୍ଟୋବର (ହି.ସ.)- କଂଗ୍ରେସର ପୁର୍ବ ଅଧ୍ୟକ୍ଷ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ

ଗାନ୍ଧୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ରୁଷରୁ ତେଲ କିଣିବା ବନ୍ଦ କରିବ

ବୋଲି ବୟାନକୁ ସମାଲୋଚନା କରି କହିଛନ୍ତି ଯେ ଏହା ଭାରତର ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଛି।

ରାହୁଲ ଏକ୍ସ-ପୋଷ୍ଟରେ କହିଛନ୍ତି ଟ୍ରମ୍ପଙ୍କୁ ଏହା କହିବାର ସୁଯୋଗ କିପରି ମିଳିଲା ଭାରତ ରୁଷରୁ ତେଲ କିଣିବ ନାହିଁ ।ସେ ପ୍ରଶ୍ନ କରିଛନ୍ତି

ଯେ ପ୍ରଧାନମନ୍ତ୍ରୀ କ'ଣ ଭୟ କରୁଛନ୍ତି।

ଅର୍ଥମନ୍ତ୍ରୀଙ୍କ

ଆମେରିକା ଗସ୍ତ କାହିଁକି ସ୍ଥଗିତ କରାଯାଇଛି, ଭାରତ କାହିଁକି

ଶର୍ମ ଏଲ୍-ଶେଖ ସମ୍ମିଳନୀରେ ଅଂଶଗ୍ରହଣ କରିବାରୁ ନିବୃତ୍ତ ରହିଲା ଏବଂ ପ୍ରଧାନମନ୍ତ୍ରୀ ଅପରେସନ୍

ସିନ୍ଦୁର ଉପରେ ଟ୍ରମ୍ପଙ୍କ ବିବୃତ୍ତିର ପ୍ରତିବାଦ କାହିଁକି କରୁନାହାଁନ୍ତି। । ବୁଧବାର ଦିନ ଆମେରିକା ରାଷ୍ଟ୍ରପତି

ଟ୍ରମ୍ପ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ

ରୁଷରୁ ତେଲ କିଣିବା ବନ୍ଦ କରିବ। ଟ୍ରମ୍ପ ଓଭାଲ୍ ଅଫିସରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ସେ

ଭାରତ ଦ୍ୱାରା ରୁଷରୁ ତେଲ କିଣିବା ଉପରେ ଅସନ୍ତୁଷ୍ଟ ଏବଂ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ

ଆଶ୍ୱାସନା ଦେଇଛନ୍ତି ଯେ ଏହି ପ୍ରକ୍ରିୟା ଶୀଘ୍ର ସମାପ୍ତ ହେବ। ମୋଦି ତାଙ୍କର ବନ୍ଧୁ ଏବଂ ଏହି

ପଦକ୍ଷେପ ବିଶ୍ୱ ଶକ୍ତି ସନ୍ତୁଳନ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande