ନାବାଳିକାକୁ ଅପହରଣ ମାମଲାରେ ବାପା ପୁଅ ଗିରଫ
ଜୟପୁର, ୧୬ ଅକ୍ଟୋବର (ହି.ସ.) - ଜଣେ ନାବାଳିକାକୁ ଅପହରଣ କରିଥିବା ମାମଲାରେ ଆଜି ଜୟପୁର ସଦର ପୁଲିସ ବାପା ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଟିଗୁଡା ଗ୍ରାମର ଅଭିଯୁକ୍ତ ବାପା ତ୍ରିଲୋଚନ ହରିଜନ (୫୦) ଓ ପୁଅ ସମୀର ହରିଜନ(୨୨)। ଗତ ଅକ୍ଟୋବର ୪ ତାରିଖରେ ଜୟପୁର ସଦରଥାନା ଅନ୍ତର୍ଗତ କୁମୁଲି
ନାବାଳିକାକୁ ଅପହରଣ ମାମଲାରେ ବାପା ପୁଅ ଗିରଫ


ଜୟପୁର, ୧୬ ଅକ୍ଟୋବର (ହି.ସ.) - ଜଣେ ନାବାଳିକାକୁ ଅପହରଣ କରିଥିବା ମାମଲାରେ ଆଜି ଜୟପୁର ସଦର ପୁଲିସ ବାପା ଓ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୁଟିଗୁଡା ଗ୍ରାମର ଅଭିଯୁକ୍ତ ବାପା ତ୍ରିଲୋଚନ ହରିଜନ (୫୦) ଓ ପୁଅ ସମୀର ହରିଜନ(୨୨)। ଗତ ଅକ୍ଟୋବର ୪ ତାରିଖରେ ଜୟପୁର ସଦରଥାନା ଅନ୍ତର୍ଗତ କୁମୁଲିପୁଟ ଗ୍ରାମର ଜଣେ ନାବାଳିକାକୁ ଅପହରଣ କରିଥିବା ନେଇ କୁମୁଲିପୁଟ ଅଂଚଳର ନବାଳିକାର ବାପା ଲେଖି ଜଣାଇଥିଲେ କି ତାଙ୍କର ନା ବାଳିକା ଝିଅ ଘରେ ଥିବା ସମୟରେ ଡୁଟିଗୁଡା ଗ୍ରାମର ସମୀର ହରିଜନ ଆସି ନାବାଳିକା ଝିଅକୁ ଅପହରଣ କରି ନେଇଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ସମୀରଙ୍କ ବାପା ତ୍ରିଲୋଚନ ହରିଜନ ଓ ଭଉଣୀ ଜୁଲି ହରିଜନ ସପ୍ସପୃକ୍ତ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି ଆଜି ସଦରପୁଲିସ ବାପା ତ୍ରିଲୋଚନ ଓ ପୁଅ ସମୀରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande