ଭୁବନ କାଳୀ ବଜାର ବଣିକ ସଂଘର ୫୦ ତମ ବାର୍ଷିକ ପୂଜା
ଭୁବନ, ୨୧ ଅକ୍ଟୋବର (ହି.ସ.) - ଶକ୍ତି ସ୍ୱରୁପୀଣି,ଅଭୟ ପ୍ରଦାୟିନୀ,ଦୁଷ୍ଟ ନିବାରିଣି ମା'' କାଳୀ ଙ୍କ ଆବାହନ ପାଇଁ ଭୁବନ ଉତ୍ସବ ମୁଖର ହୋଇପଡିଛି । ୧୯୭୬ ମସିହାରେ ସ୍ୱର୍ଗତ କେଶବ ସାହୁ, ବେଣୁଧର ପୃଷ୍ଟି ଙ୍କ ଉଦ୍ୟମ ଓ ବ୍ୟବସାୟୀ ଭାଇ ମାନଙ୍କ ସହଯୋଗରେ କାଳୀ ବଜାର ରେ ଆରମ୍ଭ ହୋଇଥିବା କାଳୀ ପୂଜା ଚ
ଭୁବନ କାଳୀ ବଜାର ବଣିକ ସଂଘର ୫୦ ତମ ବାର୍ଷିକ ପୂଜା


ଭୁବନ, ୨୧ ଅକ୍ଟୋବର (ହି.ସ.) - ଶକ୍ତି ସ୍ୱରୁପୀଣି,ଅଭୟ ପ୍ରଦାୟିନୀ,ଦୁଷ୍ଟ ନିବାରିଣି ମା' କାଳୀ ଙ୍କ ଆବାହନ ପାଇଁ ଭୁବନ ଉତ୍ସବ ମୁଖର ହୋଇପଡିଛି । ୧୯୭୬ ମସିହାରେ ସ୍ୱର୍ଗତ କେଶବ ସାହୁ, ବେଣୁଧର ପୃଷ୍ଟି ଙ୍କ ଉଦ୍ୟମ ଓ ବ୍ୟବସାୟୀ ଭାଇ ମାନଙ୍କ ସହଯୋଗରେ କାଳୀ ବଜାର ରେ ଆରମ୍ଭ ହୋଇଥିବା କାଳୀ ପୂଜା ଚଳିତ ବର୍ଷ ୫୦ ତମ ( ସ୍ୱର୍ଣ୍ଣ ଜୟନ୍ତୀ ) ବାର୍ଷିକ କାଳୀ ପୂଜା ପାଳନ କରୁଛି । ସଭାପତି ସମୀର କୁମାର ସାହୁଙ୍କ ତତ୍ୱାବଧାନରେ କାଳୀ ବଜାର ବଣିକ ସଂଘ ର ସମସ୍ତ କର୍ମକର୍ତା ଓ ବ୍ୟବସାୟୀ ଭାଇ ମାନେ ସହଯୋଗ କରୁଛନ୍ତି । ଏହି ଅବସରରେ ଆସନ୍ତା ୨୩ ତାରିଖ ଗୁରୁବାର ମାଙ୍କ ବଡ଼ ପୂଜାରେ ପ୍ରାୟ ୫ ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ସାମୁହିକ ପ୍ରସାଦ ସେବନ ର ଆୟୋଜନ ହୋଇଛି । ସ୍ୱର୍ଣ୍ଣ ଜୟନ୍ତୀ ପାଇଁ ସୁଉଚ୍ଚ ତୋରଣ ସାଂଗକୁ ରଙ୍ଗୀନ ଆଲୋକମାଳାରେ ସମଗ୍ର ଝଲସୁଛି। ୨୫ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ୨୫ ତାରିଖ ଡି ଫର୍ ଡ୍ୟାନ୍ସ ( ଭୁବନ ଚାମ୍ପିଅନ), ୨୬ ତାରିଖ ସଙ୍ଗମ ଲାଇଫ ସଙ୍ଗୀତ ସନ୍ଧ୍ୟା,୨୭ ତାରିଖ ଆରୀୟନ କ୍ରିଏଟିଭ ମ୍ୟୁଜିକ ମସ୍ତି ଓ ୨୮ ତାରିଖ ଗୀତ ବାହାର କଂସର୍ଟ ନାଇଟ ପରିବେଷଣ କରାଯିବ ଏବଂ ୩୦ ତାରିଖ ଗୁରୁବାର ଭସାଣି ଯାତ୍ରା ଅନୁଷ୍ଠିତ ହେବ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande