କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ଆଜି ସ୍ଥାନୀୟ ରୋଟାରୀ ଭବନ ଠାରେ କେନ୍ଦୁଝର କରଣ ପରିବାରର ଏକ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦୁଝର ସହର ଓ ନିକଟବର୍ତ୍ତୀ ଅଞ୍ଚଳର ଅନେକ ଶୁଭେଚ୍ଛୁ ଯୋଗ ଦେଇଥିଲେ। କରଣ ପରିବାରର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଅନୁଷ୍ଠାନ କିପରି ନିଜର କାର୍ଯ୍ୟ ଧାରାକୁ ଆଗକୁ ନେବା ସେ ବିଷୟରେ ବିସ୍ତୃତ ଆଲୋଚନା କରାଗଲା। ସର୍ବସମ୍ମତି କ୍ରମେ ରବି ନାରାୟଣ ଦାସ, ଅଶ୍ଵିନୀ ପଟ୍ଟନାୟକ, ସଞ୍ଜୟ ମହାପାତ୍ର, ପ୍ରଭଞ୍ଜନ ପଟ୍ଟନାୟକ ଓ କିଶୋର ଚନ୍ଦ୍ର ଦାସଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳି ଗଠନ କରାଗଲା ।
ଏତତ୍ ବ୍ୟତୀତ ସଭାପତି ରୂପେ ଅନୁପ ମହାନ୍ତି, ସମ୍ପାଦକ - ପ୍ରତ୍ୟୁଷ ପଟ୍ଟନାୟକ, କୋଷାଧ୍ୟକ୍ଷ - ଶୁଭେନ୍ଦୁ ପଟ୍ଟନାୟକଙ୍କୁ ସର୍ବ ସମ୍ମତି କ୍ରମେ ମନୋନିତ କରାଗଲା । କରଣ ପରିବାରର ଅଧିକ ସଭ୍ୟ ଯୋଡିବା ପାଇଁ ସମସ୍ତେ ସହଯୋଗ କରିବା ପାଇଁ ସ୍ଥିର ହେଲା। ପ୍ରତ୍ୟେକ ମାସରେ ଗୋଟିଏ ବୈଠକ ବସି ସବିଶେଷ ଆଲୋଚନା ନିମନ୍ତେ ପ୍ରସ୍ତାବକୁ ପାରିତ କରାଗଲା । ପରିଶେଷରେ ସଭାପତିଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ ପୂର୍ବକ ସାଙ୍ଗ କରାଗଲ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA