୬୬ତମ ପୁଲିସ ଶହୀଦ ଦିବସ ପାଳିତ
୬୬ତମ ପୁଲିସ ଶହୀଦ ଦିବସ ପାଳିତ
Police Shahid Divas Palita


Police Shahid Divas Palita


Police Shahid Divas Palita


Police Shahid Divas Palita


ବାରିପଦା, ୨୧ ଅକ୍ଟୋବର (ହି.ସ.)- ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ ମୟୂରଭଞ୍ଜ ଜିଲ୍ଲା ପୁଲିସ ପକ୍ଷରୁ ୬୬ ତମ ପୁଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗଦେଇ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ୨୧ ଅକ୍ଟୋବର ହେଉଛି ପୁଲିସ୍ ଶହୀଦ ଦିବସ ଯାହା ସାରା ଦେଶରେ ପାଳନ କରାଯାଇଥାଏ। ୧୯୫୯ ମସିହାରେ ଆଜିର ଦିନରେ ଚୀନ୍‌-ଭାରତୀୟ ସୀମା ବିବାଦର ଏକ ଅଂଶ ଭାବରେ ଲଦାଖର ଇଣ୍ଡୋ-ତିବ୍ଦତୀୟ ସୀମାରେ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ ପାଟ୍ରୋଲିଂ ସମୟରେ ଚୀନ୍ ସୈନ୍ୟ ଆକ୍ରମଣ କରିଥିଲା। ସାରା ଦେଶରେ ବିଭିନ୍ନ ଆରକ୍ଷୀ ବାହିନୀର ଯବାନ ବିଭିନ୍ନ ସମୟରେ ଶହୀଦ ହୋଇଥିଲେ। ମୟୂରଭଞ୍ଜ ଜିଲ୍ଲାର ଶହୀଦ ପୁଲିସ କର୍ମଚାରୀଙ୍କ ସ୍ମୃତିକୁ ମଧ୍ୟ ଶ୍ରୀ ଗୁଣ୍ଟୁପାଳି ଉଲ୍ଲେଖ କରିଥିଲେ। ଶହୀଦ ମାନଙ୍କ ସ୍ମୃତିରେ ମୌନ ରହି ନିରବ ପ୍ରାର୍ଥନା କରଯାଇଥିଲା। ଏହି ଅବସରରେ ଚିତାକର୍ଷକ ପରେଡ୍‌‌ ପ୍ରଦର୍ଶନ କରାଯାଇଥିଲା। ଅତିରିକ୍ତ ଏସପି, ଡିଏସପି, ଏସଡିପିଓ, ଥାନା ଅଧିକାରୀ ଓ ରିଜର୍ଭ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ପୁଲିସ କର୍ମଚାରୀଙ୍କ ସମେତ ପୂର୍ବତନ ପୁଲିସ କର୍ମଚାରୀ ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande