ଚିକିତ୍ସାଧୀନ ଅବସ୍ଥାରେ ସୁସ୍ମିତାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
ମୁଖୀଗୁଡା, ୨୧ ଅକ୍ଟୋବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରେଙ୍ଗାଲପାଳି ଗାଁର ଜଣେ ବିବାହିତ ମହିଳା ସୁସ୍ମିତା ନାଏକ(୪୨)ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସୂଚ
ଚିକିତ୍ସାଧୀନ ଅବସ୍ଥାରେ ସୁସ୍ମିତାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ


ମୁଖୀଗୁଡା, ୨୧ ଅକ୍ଟୋବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ରେଙ୍ଗାଲପାଳି ଗାଁର ଜଣେ ବିବାହିତ ମହିଳା ସୁସ୍ମିତା ନାଏକ(୪୨)ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁଯାୟୀ, ରେଙ୍ଗାଳପାଳି ଗାଁର ଭୋଳନାଥ ନାଏକଙ୍କ ସ୍ତ୍ରୀ ସୁସ୍ମିତା ନାଏକଙ୍କ ଗତ ୧୭ ତାରିଖରେ ଦେହ ଅସୁସ୍ଥ ହେବାରୁ କୋକସରା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ସୁସ୍ଥ ଅବସ୍ଥାରେ ୧୮ ତାରିଖରେ ଘରକୁ ଫେରିଥିଲେ। କିନ୍ତୁ, ୧୯ ତାରିଖ ଦିନ ପୁଣି ତାଙ୍କ ଦେହ ଅସୁସ୍ଥ ହେବାରୁ ସୁସ୍ମିତାଙ୍କୁ ତାଙ୍କ ସ୍ୱାମୀ ପୁଣି ୨୦ ତାରିଖରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ସୁସ୍ମିତାଙ୍କୁ ଭବାନୀପାଟଣା ମୁଖ୍ୟଚିକିତ୍ସାଳୟକୁ ପଠାଇ ଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୧୦ଟାରେ ମୃତ୍ୟୁ ହୋଇଥିଲା । ଏନେଇ ସୁସ୍ମିତାଙ୍କ ବାପଘର ଲୋକେ ବିଭିନ୍ନ ସନ୍ଦେହ କରି ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ମୃତ ସୁସ୍ମିତାଙ୍କ ବାପଘର କୋକସରା ଥାନା ଅନ୍ତର୍ଗତ ବରାଡୋଙ୍ଗା ହୋଇଥିବା ବେଳେ ତାଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ବିବାହ ୨୫ ବର୍ଷ ତଳେ ହୋଇଥିଲା । ଅଭିଯୋଗ ପରେ ପୋଲିସ ଶବ ଜବତ କରି ଆଜି ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande