କେନ୍ଦୁଝର, ୨୧ ଅକ୍ଟୋବର (ହି.ସ.)- ଆଜି କେନ୍ଦୁଝର ରୀମୁଳି ଫାଣ୍ଡି ଅନ୍ତର୍ଗତ ମୁରୁସୁଆଁ ଠାରେ ୪୯ ନମ୍ୱର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଟ୍ରକ ସହ ଏକ ବାଇକ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଦୁଇ ବାଇକ ଆରୋହୀଙ୍କ ପରିଚୟ ମିଳି ପାରିନଥିବା ବେଳେ ଟ୍ରକ୍ ଟି ଫେରାର ଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA