ଯୁବକକୁ ସଂଘବଦ୍ଧ ହତ୍ୟା ମାମଲା, ଅନ୍ୟ ଏକ ଅଭିଯୁକ୍ତ ଗିରଫ
ଜୟପୁର, ୨୧ ଅକ୍ଟୋବର (ହି.ସ.)- ଜୟପୁର ସହରରେ ସଂଘବଦ୍ଧ ଭାବେ ଅରୁଣ ଅନକାଙ୍କୁ ହତ୍ୟା ମାମଲାରେ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନାର ତୁରୁଞ୍ଜି ଗ୍ରାମର ସୋମନାଥ ଗୌଡ (୨୬) । ଏହି ମାମଲାରେ ୭
ଯୁବକକୁ ସଂଘ ବଦ୍ଧ ଭାବେ ହତ୍ୟା  ମାମଲା,    ଅନ୍ୟ ଏକ ଅଭିଯୁକ୍ତ ଗିରଫ


ଜୟପୁର, ୨୧ ଅକ୍ଟୋବର (ହି.ସ.)- ଜୟପୁର ସହରରେ ସଂଘବଦ୍ଧ ଭାବେ ଅରୁଣ ଅନକାଙ୍କୁ ହତ୍ୟା ମାମଲାରେ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନାର ତୁରୁଞ୍ଜି ଗ୍ରାମର ସୋମନାଥ ଗୌଡ (୨୬) । ଏହି ମାମଲାରେ ୭ ଜଣ ଆଗରୁ ଗିରଫ ହୋଇଥିବା ବେଳେ ଅଭିଯୁକ୍ତ ସୋମନାଥ ଗୌଡ ଅଢେଇ ବର୍ଷ ହେବ ଫେରାର ଥିଲା । ଆଜି ସୋମନାଥକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଗିରଫ ସଂଖ୍ୟା ୮ ହୋଇଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୭.୪.୨୩ ତାରିଖ ସଂନ୍ଧ୍ୟା ସମୟରେ ମାସ୍କ ପିନ୍ଧି ଯୁବକମାନେ ଅଟୋରେ ଆସି ଖଣ୍ଡା, କାତି ଧରି ସଂଘବଦ୍ଧ ଆକ୍ରମଣ କରିଥିଲେ । ମରଣାନ୍ତକ ଆକ୍ରମଣ ହେବା ଫଳରେ ଗୁରୁତର ହୋଇ ପଡିଥିଲେ ଅରୁଣ ଅନକା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଅରୁଣଙ୍କୁ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଜୟପୁର ଟାଉନ ପୋଲିସ ଏ ସଂକ୍ରାନ୍ତରେ୧୨୩/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande