ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପ।ଳନ ସମାରୋହ
ବଲାଙ୍ଗିର, 22 ଅକ୍ଟୋବର (ହି.ସ.) ଆଜି ଜିଲ୍ଲାପାଳଙ୍କ ବୈଠକ ଗୃହ ଠାରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପ।ଳନ ସମାରୋହ ଆୟୋଜିତ ହୋଇ ଯାଇଅଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡ଼.ବିଜୟାନନ୍ଦ ସେଠୀ ଉପସ୍ଥିତ ଥିଲେ । ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରମ
ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପ।ଳନ ସମାରୋହ


ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପ।ଳନ ସମାରୋହ


ବଲାଙ୍ଗିର, 22 ଅକ୍ଟୋବର (ହି.ସ.)

ଆଜି ଜିଲ୍ଲାପାଳଙ୍କ ବୈଠକ ଗୃହ ଠାରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପ।ଳନ ସମାରୋହ ଆୟୋଜିତ ହୋଇ ଯାଇଅଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡ଼.ବିଜୟାନନ୍ଦ ସେଠୀ ଉପସ୍ଥିତ ଥିଲେ । ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଶ୍ରୀମତୀ ସୁଷମା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଅନୁପମା ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୧୪ଟି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ତଥା ସମସ୍ତ ପୋଷଣ ବ୍ଲକ ସଂଯୋଜକ ଯୋଗ ଦେଇଥିଲେ । ମହା ବିଦ୍ୟାଳୟ ସ୍ତରରେ ହୋଇଥିବା ପୋଷଣ ସମ୍ବନ୍ଧୀୟ ବକ୍ତ୍ରୁତା ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରଯାଇଥିଲା । ପୋଷଣ କାର୍ଯ୍ୟକ୍ରମ କୁ ବ୍ଲକ ସ୍ତରରେ ଅତ୍ୟନ୍ତ ସୂଚାରୁ ରୂପରେ ତୁଲାଇଥିବାରୁ ୧୪ ଟି ବ୍ଲକ ମଧ୍ୟରେ ଆଗଲପୁର ବ୍ଲକର ପଙ୍କଜ ମାଝୀଙ୍କୁ ପୁରସ୍କୃତ କଯାଇଥିଲା । ସିଡ଼ିପିଓ, ଶ୍ରୀମତୀ ଶୁଭଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଜୟାନନ୍ଦ ସେଠୀ ତୃଣମୂଳ ସ୍ତରରେ ପୋଷଣର ପ୍ରକୃତ ବାର୍ତ୍ତା ପହଞ୍ଚାଇବା ପାଇଁ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ସାହୁ ସ୍ୱାସ୍ଥ୍ୟ ବିଭାଗ ଏବଂ ମହିଳା ଶିଶୁ ବିକାଶ ବିଭାଗ ର ସମନ୍ଵୟରେ ପୋଷଣ କାର୍ଯ୍ୟକ୍ରମ ଅଧିକ ସୂଚାରୁ ରୂପରେ ଆଗେଇବ ବୋଲି ମତ ଦେଇଥିଲେ ।

କାର୍ଯ୍ୟକ୍ରମର ଶେଷରେ ପ୍ରୋଗ୍ରାମ ଅଫିସର ସ୍ଵର୍ଣପ୍ରଭା ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରୋଗ୍ରାମ ଅଫିସର ସୁଜାତା ଦୋରା ଏବଂ ଡ଼ିପିସି-ମମତା ଶିବାନୀ ଠାକୁର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande