ବେଆଇନ ଗୋରୁ ବୋଝେଇ ଗାଡି ଜବତ, ୪୦ ଗାଈ ବଳଦ ଉଦ୍ଧାର
ଜୟପୁର, ୨୪ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ଜାତୀୟ ରାଜପଥର ଏୟାର ପୋର୍ଟ ନିକଟରୁ ଗୋ ଚାଲାଣ ଟ୍ରକ ଜବତ ହୋଇଛି। ଆଜି ଜୟପୁର ସଦର ଥାନାଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ଏୟାରପୋର୍ଟ ଛକ ନିକଟରୁ ଗୋଟିଏ ଟ୍ରକ ନବରଙ୍ଗପୁରରୁ ଭଦ୍ରାଞ୍ଚଳମ ଗୋ ଚାଲାଣ ହେଉଥିଲା
ବେଆଇନ ଗୋରୁ ବୋଝେଇ ଗାଡି ଜବତ, ୪୦ ଗାଇ ବଳଦ ଉଦ୍ଧାର


ଜୟପୁର, ୨୪ ଅକ୍ଟୋବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ଅନ୍ତର୍ଗତ ଜାତୀୟ ରାଜପଥର ଏୟାର ପୋର୍ଟ ନିକଟରୁ ଗୋ ଚାଲାଣ ଟ୍ରକ ଜବତ ହୋଇଛି। ଆଜି ଜୟପୁର ସଦର ଥାନାଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ଏୟାରପୋର୍ଟ ଛକ ନିକଟରୁ ଗୋଟିଏ ଟ୍ରକ ନବରଙ୍ଗପୁରରୁ ଭଦ୍ରାଞ୍ଚଳମ ଗୋ ଚାଲାଣ ହେଉଥିଲା। ଜୟପୁର ହିନ୍ଦୁ ସମାଜର କର୍ମକର୍ତ୍ତା ମାନେ ଗୋଚାଲଣ ହେଉଥିବା ଖବର ପାଇବା ପରେ ବୋରିଗୁମ୍ମା ଠାରୁ ଜୟପୁର ସଦରଥାନା ପର୍ଯ୍ୟନ୍ତ ବିଭିନ୍ନ ଛକ ମାନଙ୍କରେ ଗାଡି ଅନୁଧ୍ୟାନ କରୁଥିଲେ। ଗାଡି ଜୟପୁର ସଦର ଥାନା ଅଞ୍ଚଳରେ ପହଁଚିବା ପରେ ହିନ୍ଦୁ ସମାଜ କର୍ମକର୍ତ୍ତା ମାନେ ସଦର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଁଚି ଗୋରୁ ଗାଡିକୁ ଜବତ କରିଥିଲେ। ଏବ˚ ଗାଡିକୁ ସଦରଥାନାକୁ ଆଣିବା ପରେ ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖିଛନ୍ତି। ହିନ୍ଦୁସମାଜ ସମେତ ଅନେକ ହିନ୍ଦୁ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଗୋରୁ ବୋଝେଇ ଗାଡିକୁ ଯାଞ୍ଚ କରି ଅଟକାଇ ପୁଲିସକୁ ଜିମା ଦେଇଛନ୍ତି। ଆଜି ହିନ୍ଦୁ ସମାଜ ପକ୍ଷରୁ ଲିଖିତ ଭାବେ ସଦର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ୪୦ଟି ଗୋରୁକୁ ପାଞ୍ଜିଆଗୁଡା ଗୋଶାଳାରେ ରଖିଥିଲେ। ସେଥି ମଧ୍ୟରୁ ୬ଟି ଗୋରୁ ମରିଯାଇଥିବା ଦେଖିବାକୁ ମିଳିଥିଲା। ଗାଡି ଡ୍ରାଇଭର ପି. ରାଜାଙ୍କ କହିବାନୁଯାୟୀ ସେ ନବରଙ୍ଗପୁର ନିକଟରେ ଗାଡିରେ ଗାଈ ଗୁଡିକ ଲୋଡି˚ କରିଥିଲେ। ଏହି ଗାଡି ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଳମ ଯିବା ପାଇଁ ସ୍ଥିର ହୋଇଥିଲା। ଏବ˚ ପରେ ଭଦ୍ରାଞ୍ଚଳମ ଠାରୁ ଅନ୍ୟ ଏକ ଗାଡିରେ ହାଇଦ୍ରାବାଦ ଯିବାର ଥିଲା। ଗୋଚାଲାଣ ହେଉଥିବା ଗାଡିକୁ ଅଟକ ରଖିବା ସହ ଗାଡି ଡ୍ରାଇଭରକୁ ଗିରଫ କରି ଗୋଶାଳାରେ ଗାଈ ଗୁଡିକୁ ଛାଡି ଦିଆଯାଇଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande