ରାଜନୈତିକ ଛକାପଞ୍ଝାରୁ ଉନ୍ନୟନ କାର୍ଯ୍ୟ ଠପ୍‌, ଖର୍ଚ୍ଚ ହୋଇ ପାରୁନି ୨୯ କୋଟି, ସାଂସଦଙ୍କ ମଧ୍ୟସ୍ଥତା ଯୋଗୁଁ ପଂଚାୟତ ସମିତି ବୈଠକର ତୁମ୍ଭୀତୋଫାନ ଥମିଲା
ଭଦ୍ରକ, ୨୪ ଅକ୍ଟୋବର (ହି.ସ.) - ଆଉ ଦିନ କେଇଟା ପରେ ଦାନା ବାତ୍ୟାର ପ୍ରଭାବ ଉପକୂଳବର୍ତୀ ଜିଲ୍ଲାକୁ ଆସିବାର ଗୋଟିଏ ବର୍ଷ ପୁରଣ ହେବ। ହେଲେ ବାତ୍ୟା କ୍ଷୟକ୍ଷତି ମରାମତି ପାଇଁ ଆସିଥିବା ୨୦ କୋଟି ଟଙ୍କା ଖର୍ଚ ନ ହୋଇ ଚାନ୍ଦବାଲି ବ୍ଳକରେ ପଢ଼ିରହିଛି ବୋଲି ପଂଚାୟତ ସ୍ତରୀୟ ନେତା ମାନଙ୍କ ମଧ୍ୟରେ ଦୀର୍
RAJANAITIKA CHAKHAPANJHA PICTURE


ଭଦ୍ରକ, ୨୪ ଅକ୍ଟୋବର (ହି.ସ.) - ଆଉ ଦିନ କେଇଟା ପରେ ଦାନା ବାତ୍ୟାର ପ୍ରଭାବ ଉପକୂଳବର୍ତୀ ଜିଲ୍ଲାକୁ ଆସିବାର ଗୋଟିଏ ବର୍ଷ ପୁରଣ ହେବ। ହେଲେ ବାତ୍ୟା କ୍ଷୟକ୍ଷତି ମରାମତି ପାଇଁ ଆସିଥିବା ୨୦ କୋଟି ଟଙ୍କା ଖର୍ଚ ନ ହୋଇ ଚାନ୍ଦବାଲି ବ୍ଳକରେ ପଢ଼ିରହିଛି ବୋଲି ପଂଚାୟତ ସ୍ତରୀୟ ନେତା ମାନଙ୍କ ମଧ୍ୟରେ ଦୀର୍ଘ ଦିନରୁ ଚାପା ଗୁଞ୍ଜରଣ ଶ୍ରୁଷ୍ଟି ହେବା ପରେ ପଂଚାୟତ ସମିତି ବୈଠକରେ ଏହା ଦାଣ୍ଡରେ ପଡି ହାଟରେ ଗଡୁଛି। ଗୋଟିଏ ପଟେ ନୂଆ କରି ସରକାରକୁ ଆସିଥିବା ଭାଜପାର ସମର୍ଥକ ମାନେ ଅଡ଼ି ବସିଲେ ଆମ ସରକାର ୨୦ କୋଟି ଟଙ୍କାର ବାତ୍ୟା କ୍ଷୟକ୍ଷତି ଟଙ୍କା ଦେଇଛନ୍ତି ତାହା ଆମର କର୍ମୀ କାମ କରିବେ। ବିଜୁ ଜନତା ଦଳ ଏବଂ କଂଗ୍ରେସ ସମର୍ôଥତ ନିର୍ବାଚିତ ସରପଂଚ, ସମିତିସଭ୍ୟ ଏବଂ ଜିଲ୍ଲାପରିଷଦ ସଭ୍ୟମାନେ ଅଡ଼ିବସିଲେ ବାତ୍ୟାବେଳେ ପ୍ରଶାସନକୁ ଆମେ ସାହାଯ୍ୟ କଲୁ ଆମେ ପଂଚାୟତର ଲୋକଙ୍କ ପାଇଁ ଉତରଦାୟୀ ତଥାପି ମଧ୍ୟ ଆମକୁ ପଂଚାୟତ କ୍ଷୟକ୍ଷତି ମରାମତି ଅର୍ଥ ନଦେଲେ କାମ କରାଇ ଦେବୁନି। ଯେଉଁଥିପାଇଁ ହାଇକୋର୍ଟରେ ମକଦ୍ଦମା କରି ଦାନା କ୍ଷୟକ୍ଷତି ଅର୍ଥ ୨୦ କୋଟିକୁ ଅଟକାଇ ଦେଇଛନ୍ତି ନିର୍ବାଚିତ ଜନପ୍ରତିନିଧିମାନେ। ଚାନ୍ଦବାଲି ବ୍ଳକର ୩୬ ପଂଚାୟତ ପାଇଁ ଏହା ୨୦ କୋଟି ଟଙ୍କା ହୋଇଥିବାବେଳେ ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀ ଅଧିନ ତିହିଡ଼ିବ୍ଳକର ପୀରହାଟ ଜୋନ୍‌ରେ ଥିବା ୯ ପଂଚାୟତ ପାଇଁ ପାଖାପାଖ ସାଢ଼େ ୩ କୋଟି ଟଙ୍କା ମଧ୍ୟ ଏହି ମାମଲାରେ ଫସିଯାଇଛି। କେବଳ ଏତିକି ନୁହଁ ଆହୁରି ୯ କୋଟି ଟଙ୍କା ଚାନ୍ଦବାଲି ବ୍ଳକରେ ରାଜନୈତିକ ବିବାଦ ଯୋଗୁ ଖର୍ଚ୍ଚ ନ ହୋଇପାରି ପଡି ରହିଛି। ଚାନ୍ଦବାଲି ପଂଚାୟତ ସମିତି ସଭା ଗୃହରେ ବସିଥିବା ସପ୍ତମ ସମିତି ନୈଠକରେ ଏହି ଆଲୋଚନାକୁ ନେଇ ତୁମ୍ଭୀତୋଫାନରେ ଗୃହ କମ୍ପିଥିଲା। ଶେଷରେ ସାଂସଦ ଅଭିମନ୍ୟୁ ସେଠୀ ବ୍ଲକରେ ଖର୍ଚ୍ଚ ହୋଇ ନ ପାରି ପଡି ରହିଥିବା ୨୯ କୋଟି ଟଙ୍କାର ମଧ୍ୟସ୍ଥି ସାଜି ସମାଧାନର ରାସ୍ତା ଖୋଜିବାକୁ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande